29.1 C
Bhubaneswar
Saturday, April 27, 2024
Homeଅପରାଧନକଲି ସିଆରପିଏଫ୍ ଯବାନ ଗିରଫ 

ନକଲି ସିଆରପିଏଫ୍ ଯବାନ ଗିରଫ 

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ.ନୂଆଗାଁ ପୁଲିସ ଦ୍ୱାରା ଜଣେ ନକଲି ସିଆରପିଏଫ୍ ଯବାନଙ୍କୁ ଗିରଫ କରାଯିବା ସହ ଦୁଇଟି ବାଇକ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପିରିଙ୍ଗିଆ ଥାନା ଡାଙ୍ଗିଡିକିଆ ଅଞ୍ଚଳର ଦୁଖିଶ୍ୟାମ ଦିଗାଳ । ସେ ନିଜକୁ ସିଆରପିଏଫ୍ ଯବାନ ବୋଲି ପରିଚୟ ଦେଇ ଲିଫ୍ଟ ମାଗି ଚୋରି କରୁଥିଲା ।
ସୂଚନା ଅନୁଯାୟୀ, ସେ ଗତ କିଛିଦିନ ତଳେ ଫୁଲବାଣୀରୁ ନିଜ ଗାଁ ଗୋଛାପଡ଼ାକୁ ଫେରୁଥିବାବେଳେ ଦୁଇ ବାଇକ୍ ଆରୋହୀଙ୍କୁ ନିଜକୁ ସିଆର୍ପିଏଫ୍ ଅଫିସର ପରିଚୟ ଦେଇ ତାଙ୍କୁ ଲିଫ୍ଟ ମାଗିଥିଲା ।ପରେ “ତୁମେ ମଦ ଧରିଛ, ଥାନାକୁ ଆସ ଥାନାରୁ ଗାଡ଼ି ନେବ” କହି ବାଇକ୍ ଧରି ଚମ୍ପଟ ମାରିଥିଲା । ଏନେଇ ବାଇକ୍ ମାଲିକ ଗୋଛାପଡ଼ା ଥାନାରେ ଅଭିଯୋଗ କରିଥିଲେ । ସେହିଭଳି ଗତ ୨୩ ତାରିଖରେ ସାରଙ୍ଗଡ଼ ପାଇବର ସାହି ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଡ୍ରେସ୍ କିଣିଦେବା ବାହାନାରେ ଅପହରଣ କରିଥିବା ପରିବାର ଲୋକେ କ.ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ କ.ନୂଆଗାଁ ପୁଲିସ ତଦନ୍ତ କରୁଥିଲା । ଗତ ୨୫ ତାରିଖରେ ରାଇକିଆ ଥାନା ଅଞ୍ଚଳରୁ ଅଭିଯୁକ୍ତକୁ ଧରିବାରେ ପୁଲିସ ସକ୍ଷମ ହୋଇଥିଲା । ଅଭିଯୁକ୍ତ ଗିରଫ ହେବାପରେ ସମସ୍ତ ରହସ୍ୟ ସାମ୍ନାକୁ ଆସିଛି । ଭିନ୍ନକ୍ଷମ ନାବାଳିକାକୁ ଉଦ୍ଧାର କରିବା ସହ ୨ଟି ବାଇକ୍ ଜବତ କରାଯାଇଥିବା କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking