26.1 C
Bhubaneswar
Friday, March 29, 2024
Homeଅପରାଧକଳାପଲସର ଆତଙ୍କ : ବ୍ୟାଙ୍କ ଭିତରୁ ଲୁଟିନେଲେ ଦେଢ଼ଲକ୍ଷ

କଳାପଲସର ଆତଙ୍କ : ବ୍ୟାଙ୍କ ଭିତରୁ ଲୁଟିନେଲେ ଦେଢ଼ଲକ୍ଷ

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମୁରୀରୋଡ ବଜାରସ୍ଥିତ ଆହ୍ଲାବାଦ ବ୍ୟାଙ୍କ ଭିତରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କଠାରୁ ଦେଢ଼ଲକ୍ଷ ଟଙ୍କା ଲୁଟ ହୋଇଛି ।
ସୂଚନା ଅନୁଯାୟୀ, ରାଜେନ୍ଦ୍ରପୁର ପଞ୍ଚାୟତ ଅଗେଇ ବେହେରା ଗ୍ରାମର ବ୍ୟବସାୟୀ ଶଙ୍କର୍ଷଣ ପଣ୍ଡା ମୁରୀରୋଡ୍ ବଜାର ଠାରେ କପଡ଼ା ଦୋକାନ କରିଛନ୍ତି । ଶୁକ୍ରବାର ଦିବା ୧୦.୪୦ମିନିଟରେ ଶଙ୍କର୍ଷଣ ମୁରୀରୋଡ୍ ଲେବଲକ୍ରସିଂ ଠାରେ ଥିବା ଆହ୍ଲାବାଦ ବ୍ୟାଙ୍କ ଶାଖାକୁ ଟଙ୍କା ଜମା କରିବାକୁ ଯାଇଥିଲେ । ବ୍ୟାଙ୍କର ବସି ଟଙ୍କା ଜମା ପାଇଁ ଫର୍ମ ପୂରଣ କରୁଥିବାବେଳେ ପୂର୍ବରୁ ପିଛା କରି ଆସିଥିବା ଜଣେ ଲୁଟେରା ଟଙ୍କା ବ୍ୟାଗ ଧରି ବ୍ୟାଙ୍କ ଭିତରୁ ବାହାରକୁ ଦ୍ରୁତ ଗତିରେ ପଲାଇ ଆସିଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ରାସ୍ତା ଉପରେ ଅନ୍ୟ ଜଣେ ସହଯୋଗୀ ଲୁଟେରା କଳା ପଲସର ଗାଡିଟିକୁ ଷ୍ଟାର୍ଟ କରି ରଖିଥିବାରୁ ଟଙ୍କା ଧରିଥିବା ଲୁଟେରା ଗାଡ଼ି ଉପରକୁ ଲମ୍ଫମାରି ପଳାଇଯାଇଥିଲା । ହୋହାଲ୍ଲା ଭିତରେ ସ୍ଥାନୀୟ ଜଣେ ଯୁବକ ଲୁଟେରା ଦ୍ୱୟଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଲୁଟେରାମାନେ କୌଶଳ କ୍ରମେ ସେଠାରୁ ଖସିଯାଇଥିଲେ । ସୌଭାଗ୍ୟ ବସତଃ ନିକଟରେ ଥିବା ରେଳବାଇ ରେବଲକ୍ରସିଂ ଖୋଲାଥିବାରୁ ଲୁଟେରାଦ୍ୱୟ ପଲସର ଗାଡ଼ିରେ ଦ୍ରୁତ ଗତିରେ ପଳାଇଯାଇଥିଲେ । ସ୍ଥାନୀୟ ଲୋକମାନେ ଲୁଟେରା ଦ୍ୱୟଙ୍କୁ ଧରିବା ପାଇଁ ପିଛାକରିଥିଲେ । ଲୁଟେରାମାନେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡଅଁର ନିକଟରେ ଓଡି ୩୪କେ୮୨୨୦ ପଲସରଟିକୁ ଛାଡ଼ିଦେଇ ବିଲରେ ଦୌଡ଼ି ପଳାଇଯାଇଥିଲେ । ଖବର ପାଇଁ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିବାବେଳେ ଲୁଟେରାମାନଙ୍କୁ ଧରିବାରେ ବିଫଳ ହୋଇଥିଲା । ଏହାପରେ ପୁଲିସ ବ୍ୟାଙ୍କର ସିସିଟିଭି ଯାଞ୍ଚ କରିଥିଲା ।
ଏହାପୂର୍ବରୁ ମଧ୍ୟ ଠିକ ଏହିଭଳି ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ସାମ୍ନାରୁ ଲୁଟେରାମାନେ ଜନୈକ ଶିକ୍ଷା କର୍ମଚାରୀଙ୍କ ଗାଡ଼ି ଡିକିରୁ ଦିନ ଦ୍ୱିପ୍ରହରେ ଟଙ୍କା ଲୁଟି ନେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ସିସିଟିଭି ଯାଞ୍ଚ କରିଥିଲେ ସୁଦ୍ଧା ଲୁଟେରାଙ୍କୁ ଠାବ କରିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking