39.1 C
Bhubaneswar
Friday, April 26, 2024
Homeଅପରାଧଗୋଟିଏ ପରିବାରର ଦୁଇଜଣ ଝିଅଙ୍କ ମୃତ୍ୟୁ

ଗୋଟିଏ ପରିବାରର ଦୁଇଜଣ ଝିଅଙ୍କ ମୃତ୍ୟୁ

ଦିଗପହଣ୍ଡି:  ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମ ରେ ୧୨ ଘଣ୍ଟା ବ୍ୟବଧାନରେ ଗୋଟିଏ ପରିବାରର ଦୁଇଜଣ ଝିଅଙ୍କ ମୃତ୍ୟୁ ହୋଇଥିବାବେଳେ ଆଉଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛି । ମୃତ ଦୁଇଜଣ ହେଲେ ଟିକିନା ରେଡ୍ଡୀ(୬) ଓ ସୋମା ରେଡ୍ଡୀ (୯) ଏବଂ ଗୁରୁତର ଝିଅର ନାମ ବର୍ଷା ରେଡ୍ଡୀ (୧୨) । ଶୁକ୍ରବାର ଭୋର୍ ସମୟରେ ଟିକିନା ଗୁରୁତର ହେବାରୁ ତାକୁ ଦିଗପହଣ୍ଡି ମେଡିକାଲ୍ ଆଣୁଥିବାବେଳେ ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା । ଗାଁ ଶ୍ମଶାନରେ ଶବଦାହ କରି ଫେରୁଥିବାବେଳେ ଘରେ ଗୁରୁତର ଥିବା ସୋମାର ମୃତ୍ୟୁ ହୋଇଯାଇଥିଲା । ବର୍ଷା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ମୃତ୍ୟୁବରଣ କରିଥିବା ଦୁଇ ଝିଅ ସେହି ଗ୍ରାମର କସ୍ତୁରୀ ରେଡ୍ଡୀଙ୍କ ନାତୁଣି ବୋଲି ସୂଚନା ମିଳିଛି ।
ବର୍ଷା ଓ ସୋମା କସ୍ତୁରୀଙ୍କ ବଡ଼ ଝିଅଙ୍କ ସନ୍ତାନ ହୋଇଥିବାବେଳେ ଟିକିନା ସାନ ଝିଅର ସନ୍ତାନ ବୋଲି ଜଣାପଡ଼ିଛି । କସ୍ତୁରୀଙ୍କ ଦୁଇ ଝିଅ ପାଟପୁର ଥାନା ମାଟିଆ ବୁରେଇ ଗ୍ରାମର ବିବାହ ହୋଇଥିଲେ ମଧ୍ୟ ତୁରୁବୁଡି ଗ୍ରାମରେ ଗତ ୫/୬ ବର୍ଷ ହେଲା ଭଡ଼ା ଘରେ ରହୁଥିଲେ । କସ୍ତୁରୀଙ୍କ ଦୁଇ ଜ୍ୱାଇଁ ଦିନ ମଜୁରିଆ ହୋଇଥିବାରୁ ଘଟଣା ବେଳକୁ ପାଖରେ ନଥିଲେ । ଏସବୁ ଘଟଣା ଘଟିଗଲା ପରେ ସମସ୍ତ ପରିବାର ମାଟିଆବୁରେଇ ଗ୍ରାମକୁ ଚାଲିଯାଇଛନ୍ତି । ଘଟଣାକୁ ନେଇ ତୁରୁବୁଡି ଗ୍ରାମରେ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି । ଘରେ ରଖିଥିବା କୀଟନାଶକ ଔଷଧ ପ୍ରଭାବରେ ଏଭଳି ଘଟଣା ଘଟିଯାଇଛି ବୋଲି କିଛି ଲୋକ କହୁଥିବାବେଳେ ଅନକେତେକ ଘଟଣା ଦିନ ତାଙ୍କ ଘରେ ମାଂସ ରୋଷେଇ ହୋଇଥିଲା । ମାଂସଖାଇ ଏଭଳି ଅବସ୍ଥା ଘଟିଛି ବୋଲି ଆଲୋଚନା ହେଉଛି । କିନ୍ତୁ ଘଟଣାର ପ୍ରକୃତ କଥା ଜାଣିବାପାଇଁ ଘର ଲୋକାଙ୍କ ସହ ଯୋଗାଯୋଗ କଲେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking