37.1 C
Bhubaneswar
Thursday, March 28, 2024
Homeଓଡିଶାନୟାଗଡ଼ ଜିଲ୍ଲା ମହୋତ୍ସବ : ଛଉନୃତ୍ୟ ଓ ଡାଲଖାଇ ଦର୍ଶକଙ୍କୁ ବାନ୍ଧିରଖିଲା

ନୟାଗଡ଼ ଜିଲ୍ଲା ମହୋତ୍ସବ : ଛଉନୃତ୍ୟ ଓ ଡାଲଖାଇ ଦର୍ଶକଙ୍କୁ ବାନ୍ଧିରଖିଲା

ନୟାଗଡ଼ : ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀମେଳାର ଚତୁର୍ଥ ଦିବସ ଶୁକ୍ରବାର ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ । ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁଭାଷ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ପ୍ରଧାନ ଜିଲ୍ଲା ଗଠନ ହେବାର ସ୍ମୃତିକୁ ମନେ ପକାଇବା ସହ ସ୍ୱର୍ଗତ ଭାଗବତ ବେହେରାଙ୍କ ଉଦ୍ୟମ ଏବଂ ବିଜୁ ବାବୁଙ୍କ ସାମ୍ନାରେ ସତ୍ସାହସ ଦେଖାଇ ଜିଲ୍ଲା ଗଠନ ପାଇଁ କରିଥିବା ଦାବି ଉପସ୍ଥାପନକୁ ସାଧୁବାଦ ଜଣାଇଥିଲେ । ସେହିଭଳି ସମ୍ମାନିତ ଅତିଥି ତଥା ବନଖଣ୍ଡ ଅଧିକାରୀ ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରିବା ସହ ଆମର ଛାଇ ଦରକାର ହେଲେ ଗଛ ଲଗାଇବା ନାହିଁ, ଆମର କ୍ଷୀର ଦରକାର ହେଲେ ଗୋପାଳନ କରିବା ନାହିଁ, ଆମର ଭଲ ଝିଅଟିଏ ଦରକାର ହେଲେ ଝିଅଜନ୍ମ ଦେବା ନାହିଁ ବୋଲି ଚାଲିଥିବା ନୀତିକୁ ଉପସ୍ଥାପନ କରିଥିଲେ ।
ଯେଉଁଥି ପାଇଁ ଜିଲ୍ଲାରେ କନ୍ୟା ସଂଖ୍ୟାରେ ଆଶାତୀତ ହ୍ରାସ ଘଟୁଥିବା କହିବା ସହ କନ୍ୟାକୁ କିଭଳି ସୁରକ୍ଷା ଦିଆଯିବ ଏବଂ ବାଲ୍ୟବିବାହକୁ ରୋକାଯାଇ ପାରିବ ସେ ନେଇ ମତ ରଖିଥିଲେ । ନୟାଗଡ଼ ମାଟି କଳା, ସାହିତ୍ୟ, ସଂସ୍କୃତିର ମାଟି ବୋଲି ଉପଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ମହୋତ୍ସବ ପାଇଁ ଭାଇଚାରା ସୃଷ୍ଟି ହେଉଥିବା କହିଥିଲେ । ସେହିଭଳି ମହୋତ୍ସବ ମାଧ୍ୟମରେ କନ୍ୟା ସନ୍ତାନର ସୁରକ୍ଷା, ବେଟି ବଚାଅ, ବେଟି ପଢ଼ାଅର ବାର୍ତ୍ତା ସହ ନାବାଳିକା ବିବାହ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଥିଲେ । ସରକାରଙ୍କ ସଡ଼କ ସୁରକ୍ଷା ନିୟମାନୁସାରେ ସମସ୍ତେ ବାଇକ୍ ଚଳାଇବା ବେଳେ ହେଲ୍ମେଟ୍ ପିନ୍ଧିବାକୁ ଆହ୍ୱାନ ଦେଇଥିଲେ । ଆଜିର ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ସଂଯୋଜନା କରିଥିଲେ । ସନ୍ଧ୍ୟାରେ ପ୍ରଥମେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ନୟାଗଡ଼ ଇନ୍ସ୍ପାୟାର ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନୟାଗଡ଼ ବନ୍ଦନା ପରିବେଷଣ କରାଯାଇଥିଲା । ବାରିପଦାର ଛଉ ନୃତ୍ୟ, ବରଗଡ଼ର ପଞ୍ଚରସୀ ଡାଲଖାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଚତୁର୍ଥ ସନ୍ଧ୍ୟାରେ ମହୋତ୍ସବରେ ପ୍ରବଳ ଜନସାମାଗମ ହୋଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking