33.1 C
Bhubaneswar
Saturday, April 27, 2024
Homeଖେଳଦୁଲୀପ ଟ୍ରଫି: ସର୍ଫରାଜଙ୍କ ଶତକ, ୱେଷ୍ଟ୍ ଜୋନ୍ ଟାଇଟଲ୍ ନିକଟତର

ଦୁଲୀପ ଟ୍ରଫି: ସର୍ଫରାଜଙ୍କ ଶତକ, ୱେଷ୍ଟ୍ ଜୋନ୍ ଟାଇଟଲ୍ ନିକଟତର

କୋଏମ୍ବାଟୁର: ଏଠାରେ ଚାଲିଥିବା ଦୁଲୀପ ଟ୍ରଫି ଫାଇନାଲ୍‌ରେ ୱେଷ୍ଟ୍ ଜୋନ୍ ବିଜୟ ଦ୍ୱାରଦେଶରେ ପହଞ୍ଚିଯାଇଛି । ଶନିବାର ମ୍ୟାଚ୍‌ର ଚତୁର୍ଥ ଦିନ ଖେଳରେ ଦଳ ସାଉଥ୍ ଜୋନ୍ ଆଗରେ ୫୨୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି । ଏହି ଲକ୍ଷ୍ୟର ପିଛା କରି ଶନିବାର ଖେଳ ଶେଷ ସୁଦ୍ଧା ସାଉଥ୍ ଜୋନ୍ ୬ଟି ୱିକେଟ୍ ହରାଇ ମାତ୍ର ୧୫୪ ରନ୍ କରିଛି । ଦଳ ଏବେ ବି ବିଜୟ ପାଇଁ ୩୭୫ ରନ୍ ଆବଶ୍ୟକ କରୁଥିବା ବେଳେ ହାତରେ ମାତ୍ର ୪ଟି ୱିକେଟ୍ ବାକି ଥିବାରୁ ୱେଷ୍ଟ୍ ଜୋନ୍ ବିଜୟ ଏକରକମ ନିଶ୍ଚିତ ହୋଇଛି । ଚତୁର୍ଥ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଟି. ରବି ତେଜା ୮ ଓ ଆର୍‌. ସାଇ କିଶୋର ୧ ରନ୍ କରି ଅପରାଜିତ ଅଛନ୍ତି ।

ଶୁକ୍ରବାର ଖେଳ ଶେଷ ସୁଦ୍ଧା ୱେଷ୍ଟ୍ ଜୋନ୍ ମାତ୍ର ୩ଟି ୱିକେଟ୍ ବିନିମୟରେ ୩୭୬ ରନ୍ କରିଥିଲା । ଓପନର ଯଶସ୍ୱୀ ଜୈସ୍ୱାଲ୍ ୨୦୯ ଓ ସର୍ଫରାଜ ଖାନ୍‌୩୦ ରନ୍ କରି ବ୍ୟାଟିଂ କରୁଥିଲେ । ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଶନିବାର ଏହି ସ୍କୋର୍‌ରୁ ଖେଳ ଆରମ୍ଭ କରିଥିଲେ । ଉଭୟ ଚତୁର୍ଥ ୱିକେଟ୍‌ରେ ୧୬୪ ରନ୍ ଯୋଡ଼ିବା ପରେ ଜୈସ୍ୱାଲ୍ ୩୦ଟି ଚୌକା ଓ ୪ଟି ଛକା ମାଧ୍ୟମରେ ୨୬୫ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଦଳ ଆଉ କୌଣସି ୱିକେଟ୍ ହରାଇନଥିଲା । ବରଂ ସର୍ଫରାଜ ଶତକ ପୂରଣ କରିଥିଲେ ଓ ସାଥୀ ବ୍ୟାଟ୍ସମ୍ୟାନ୍ ହେତ୍ ପଟେଲ୍ ଅର୍ଦ୍ଧଶତକରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରେ ପଞ୍ଚମ ୱିକେଟ୍‌ରେ ଅବିଭାଜିତ ୧୦୩ ରନ୍‌ର ଭାଗୀଦାରୀ ହୋଇଥିଲା । ଦଳୀୟ ସ୍କୋର୍ ୫୮୫/୪ରେ ୱେଷ୍ଟ୍ ଜୋନ୍ ଅଧିନାୟକ ଆଜିଙ୍କ୍ୟ ରାହାଣେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲେ ।

ସେତେବେଳକୁ ସର୍ଫରାଜ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ୧୨୭ ଏବଂ ପଟେଲ୍ ୭ଟି ଚୌକା ଓ ଗୋଟିଏ ଛକା ଜରିଆରେ ୫୧ ରନ୍‌ରେ ବ୍ୟାଟିଂ କରୁଥିଲେ । ସାଉଥ୍ ଜୋନ୍ ପକ୍ଷରୁ କ୍ରିଷ୍ଣାପ୍ପା ଗୌତମ ଓ ସାଇ କିଶୋର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ବୃହତ୍ ବିଜୟ ଲକ୍ଷ୍ୟର ପିଛା କରି ସାଉଥ୍ ଜୋନ୍ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିବା ପରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଳା । ଓପନର ମୟଙ୍କ ଅଗରୱାଲ୍ ୧୪, ଅଧିନାୟକ ହନୁମା ବିହାରୀ ୧ ଓ ବାବା ଇନ୍ଦ୍ରଜିତ୍ ୪ ରନ୍ କରି ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର୍ ମାତ୍ର ୪୭ରେ ପହଞ୍ଚିଥିଲା । ଚତୁର୍ଥ ୱିକେଟ୍‌ରେ ମନୀଷ ପାଣ୍ଡେ ଓ ଅନ୍ୟତମ ଓପନର ରୋହନ୍ କୁନ୍ନୁମଲ୍ ୪୪ ରନ୍ ଯୋଡ଼ି ସ୍ଥିତିକୁ ସାମାନ୍ୟ ସୁଧାରିଥିଲେ । ପାଣ୍ଡେ ୧୪ ରନ୍ କରି ଆଉଟ୍ ହେବା ଫଳରେ ଏହି ଭାଗୀଦାରୀ ଭାଙ୍ଗିଥିଲା । ପରେ କୁନ୍ନୁମଲଙ୍କ ସାଥୀରେ ପଞ୍ଚମ ୱିକେଟ୍ ପାଇଁ ୪୮ ରନ୍ ଯୋଡ଼ିବା ପରେ ରିକି ଭୁଇ ୧୩ ରନ୍‌ରେ ବିଦାୟ ନେଇଥିଲେ । ତାଙ୍କ ପରେ ପରେ କୁନ୍ନୁମଲ୍ ୧୪ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୯୩ ରନ୍ କରି ଆଉଟ୍ ହୋଇ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ୱେଷ୍ଟ୍ ଜୋନ୍ ପକ୍ଷରୁ ଜୟଦେବ ଉନାଦକତ୍‌, ଅତୀତ ସେଠ୍ ଓ ଶାମ୍ସ ମୁଲାନୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking