35.1 C
Bhubaneswar
Wednesday, May 8, 2024
Homeବିଜିନେସ୍ଇଣ୍ଡିଗୋକୁ ଟକ୍କର ଦେବ ଏୟାର ଇଣ୍ଡିଆ

ଇଣ୍ଡିଗୋକୁ ଟକ୍କର ଦେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ସଂପ୍ରତି ଘରୋଇ ଏୟାରଲାଇନ୍ସଭାବେ ଇଣ୍ଡିଗୋ ଭାରତୀୟ ମାର୍କେଟରେ ଏକପ୍ରକାର ରାଜୁତି କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଉପଲବ୍ଧ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଭାରତୀୟ ବିମାନସେବାରେ ଇଣ୍ଡିଗୋ ସର୍ବାଗ୍ରେ ରହିଛି । ଏହା ମାର୍କେଟରେ ୫୮.୮ ପ୍ରତିଶତ ବ୍ୟବସାୟ କରୁଥିବାବେଳେ ଏହାପଛକୁ ବିସ୍ତାରା ଏୟାରଲାଇନ୍ସ (୧୦.୪%), ଏୟାର ଇଣ୍ଡିଆ (୮.୪%), ଗୋଫାଷ୍ଟ (୮.୨%) ଏବଂ ସ୍ପାଇସ୍‌ଜେଟ୍ (୮%) ଯଥାକ୍ରମେ ୨ୟରୁ ୫ମ ସ୍ଥାନ ଅଧିକାର କରିଥିବା ଜଣାପଡିଛି । ତେବେ ଚଳିତବର୍ଷ ପ୍ରାରମ୍ଭରେ ଏୟାର ଇଣ୍ଡିଆର ମାଲିକାନା ସ୍ୱତ୍ୱ ଟାଟା ଗ୍ରୁପ୍ ହାତକୁ ଯିବାପରେ କମ୍ପାନୀର ବ୍ୟବସାୟିକ ନେଟ୍‌ୱାର୍କକୁ ବୃଦ୍ଧି କରିବାକୁ ସୁଚିନ୍ତିତ ଯୋଜନା ହାତକୁ ନିଆଯାଇଛି । ଆସନ୍ତା ୫ ବର୍ଷ ଅର୍ଥାତ୍ ୨୦୨୭ ସୁଦ୍ଧା ଏୟାର ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ଏୟାରଲାଇନ୍ସରେ ପରିଣତ କରିବାକୁ ଟାଟା ଗ୍ରୁପ୍ ପକ୍ଷରୁ ରୂପାନ୍ତରୀକରଣ ଯୋଜନା ହାତକୁ ନିଆଯାଇଛି । ଏହି ଯୋଜନାର ନାମକରଣ ‘ଠସଷବବଦ୍ଭ.ଇଓ’ ରଖାଯାଇଛି ।

ସଂସ୍କୃତ ଭାଷାରେ ଏହାର ଅର୍ଥ ‘ଏକ ନୂତନ ଯୁଗର ସୂର୍ଯ୍ୟୋଦୟ’ । ଭିତ୍ତିଭୂମିକୁ ସୁଦୃଢ କରିବା ସମେତ ବିମାନ ସଂଖ୍ୟା ବୃଦ୍ଧି କରିବା ନିମନ୍ତେ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ପ୍ରସ୍ତାବିତ ଯୋଜନା ଅନୁଯାୟୀ ଉଡାଣର ସମୟାନୁବର୍ତ୍ତିତା, ଯାତ୍ରୀଙ୍କୁ ଅଧିକ ସୁବିଧା ପ୍ରଦାନ, ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ସବୁ ସିଷ୍ଟମର କାର୍ଯ୍ୟକାରିତାକୁ ଅଗ୍ରାଧିକାର ଦିଆଯିବ ବୋଲି ଏୟାର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ କ୍ୟାମ୍ପବେଲ ୱିଲସନ୍ କହିଛନ୍ତି । ଅପରପକ୍ଷରେ ଟାଟା ଗ୍ରୁପ୍‌ର ଏଭଳି ଯୋଜନାକୁ ଇଣ୍ଡିଗୋ କର୍ତ୍ତୃପକ୍ଷ ସ୍ୱାଗତ କରିଛନ୍ତି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଦୁଇଟି ବୃହତ୍ ଏୟାରଲାଇନ୍ସ ଅନାୟାସରେ କାର୍ଯ୍ୟ କରିପାରିବ ବୋଲି ଇଣ୍ଡିଗୋ ସିଇଓ ପିଟର ଏଲବର୍ସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking