29.1 C
Bhubaneswar
Saturday, April 27, 2024
Homeଅପରାଧଯୌତୁକ ନିର୍ଯାତନା ଅଭିଯୋଗ : ମୋ ଝିଅକୁ ମାରିଦେବାକୁ ଉଦ୍ୟମ କରୁଥିଲେ ଶାଶୂଘର ଲୋକେ

ଯୌତୁକ ନିର୍ଯାତନା ଅଭିଯୋଗ : ମୋ ଝିଅକୁ ମାରିଦେବାକୁ ଉଦ୍ୟମ କରୁଥିଲେ ଶାଶୂଘର ଲୋକେ

କୋରୁକୋଣ୍ଡା : ଅଧିକ ଯୌତୁକ ଦାବି କରି ସ୍ୱାମୀ ଓ ଶାଶୂ, ଶଶୁର ମିଶି ମୋ ଝିଅକୁ ମାରିଦେବାକୁ ଉଦ୍ୟମ କରୁଥିଲେ । ତେବେ ଠିକ୍ ସମୟରେ ମୋ ସାନ ଝିଅ ପହଞ୍ôଚ ଯିବାରୁ ଅଳ୍ପକେ ବର୍ତ୍ତି ଗଲା ମୋ ଝିଅର ଜୀବନ ବୋଲି କୋହଭରା କଣ୍ଠରେ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା କୋରୁକୋଣ୍ଡା ପଞ୍ଚାୟତ ବାଲିମେଳା ବ୍ଲକ୍‌ରେ ।
ସୁଚନା ଅନୁଯାୟୀ, ମେବାବୁଲା ପାଣିଗ୍ରାହୀଙ୍କ ପୁଅ ତ୍ରିନାଥ ପାଣିଗ୍ରାହୀ(୨୪) ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ରହୁଥିବା ଜଣେ ଝିଅକୁ ଭଲ ପାଉଥିଲା । ଗତ କିଛିଦିନ ତଳେ ଭଲ ପାଇବାର ବାହାନାରେ ବାହା ହେବ ବୋଲି ମିଛ ପ୍ରତିଶୃତି ଦେଇ ତ୍ରିନାଥ ସେ ଝିଅକୁ ରାତି ଅଧରେ ନେଇଯାଇଥିଲା । କିନ୍ତୁ ବାହା ହୋଇନଥିଲା । କିଛିଦିନ ପରେ ତ୍ରିନାଥର ବାପା, ମା’ ଯୌତୁକ ଦେଲେ ତାଙ୍କ ପୁଅ ସେ ଝିଅକୁ ବିବାହ କରିବ ବୋଲି ଜିଦ୍ ଧରି ବସିଥିଲେ । ତେଣୁ ତାଙ୍କ ପୁଅକୁ ସେ ଅନ୍ୟତ୍ର ବିବାହ କରାଇବେ ବାଲି ତାକୁ ଗାଁକୁ ମଧ୍ୟ ନେଇଯାଇଥିଲେ । ଏହାପରେ ପୀଡ଼ିତା ଜଣକ ବାରମ୍ବାର ଫୋନ୍ ଯୋଗେ ତ୍ରିନାଥକୁ ଯୋଗାଯୋଗ କରିଥିଲା । କିନ୍ତୁ ସେ ବିଭିନ୍ନ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ତ୍ରିନାଥ ପୀଡ଼ିତାଙ୍କୁ ଘରକୁ ଆଣିଥିଲେ । ହେଲେ ସେଠାରେ ତ୍ରିନାଥ ଏବଂ ତାର ବାପା, ମା’ ପୀଡ଼ିତାଙ୍କୁ ଚାରିଆଡୁ ମାଡ଼ି ବସି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଝିଅଟିର ପରିବାର ଲୋକେ ସେ ଦିନ ସକାଳୁ ବହୁଥର ଫୋନ ଯୋଗେ ତାଙ୍କ ଝିଅକୁ ଯୋଗାଯୋଗ କରିଥିଲେ । କିନ୍ତୁ ତାଙ୍କ ଝିଅ ଫୋନ ଗ୍ରହଣ ନକରିବାରୁ ବାଧ୍ୟ ହୋଇ ସେ ତାଙ୍କ ସାନ ଝିଅକୁ ପୀଡ଼ିତାର ଶାଶୂଘରକୁ ପଠାଇଥିଲେ । ସେଠାରେ ପୀଡ଼ିତାର ସାନ ଭଉଣୀ ପହଞ୍ôଚ ଗୁରୁତର ଅବସ୍ଥାରେ ପୀଡ଼ିତାକୁ ଉଦ୍ଧାର କରି ତୁରନ୍ତ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା । ଦୀର୍ଘ ୪ ଘଣ୍ଟା ପରେ ଝିଅର ହୋସ୍ ଆସିଥିଲା । ପରେ ଡାକ୍ତର ପୀଡ଼ିତାକୁ ପ୍ରାଥମିକ ଚିକିତ୍ସା କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକକୁ ସ୍ଥାନାନ୍ତରିତ କରିଥିଲେ । ବର୍ତ୍ତମାନ ଝିଅଟି ସୁସ୍ଥ ଥିବା ତା ପରିବାର ଲୋକେ କହିଛନ୍ତି । ଅନ୍ୟପକ୍ଷରେ ପୁଲିସ୍ ପୀଡ଼ିତା ଓ ତାଙ୍କ ପରିବାର ବର୍ଗଙ୍କ ଅଭିଯୋଗକୁ ଭିତ୍ତିକରି ତ୍ରିନାଥକୁ ଥାନାରେ ଅଟକ ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking