29.1 C
Bhubaneswar
Wednesday, April 24, 2024
Homeଓଡିଶାହାତୀ ମୃତ୍ୟୁ ଘଟଣାରେ ୩ ଗିରଫ

ହାତୀ ମୃତ୍ୟୁ ଘଟଣାରେ ୩ ଗିରଫ

ଅମ୍ବାଭୋନା : ବରଗଡ଼ ଜିଲ୍ଲା ଗଙ୍ଗେଇ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ବ୍ୟକ୍ତିମାନେ ଗଙ୍ଗେଇ ଗ୍ରାମର ଗିରିଧାରୀ ଭୁଏ, ବ୍ରଜରାଜ ପ୍ରଧାନ ଏବଂ ଜାଗେଶ୍ୱର ପ୍ରଧାନ । ଭଟଲି ରେଞ୍ଜ ଅଫିସ ତରଫରୁ ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଅମ୍ବାଭୋନା ବ୍ଲକ୍ ଗଙ୍ଗେଇ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା । ଗାଁରୁ ୫ ଶହ ମିଟର ଦୂର ଜାଗେଶ୍ୱର ଦୁଆନଙ୍କ ଧାନ କ୍ଷେତରେ ଉକ୍ତ ହାତୀଟି ମୃତ ଅବସ୍ଥାରେ ପଡିଥିଲା । ହାତୀଟି ଧାନ ଖାଇବାକୁ ଆସି ବାର୍‌ହା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳକୁ ବରଗଡ଼ ବନବିଭାଗ ଏବଂ ଅମ୍ବାଭୋନା ପୁଲିସର ଏକ ଟିମ ପହଞ୍ôଚ ତଦନ୍ତ କରିଥିଲେ । ଏହି ମାମଲାରେ ବନବିଭାଗ ଗଙ୍ଗେଇ ଗ୍ରାମର ଗିରିଧାରୀ ଭୁଏ, ବ୍ରଜରାଜ ପ୍ରଧାନ ଏବଂ ଜାଗେଶ୍ୱର ପ୍ରଧାନଙ୍କୁ ବନଜନ୍ତ୍ୟୁ ସଂରକ୍ଷଣ ଆଇନରେ ଗିରଫ କରାଯାଇଥିଲା । ମୃତ ହାତୀଟି ୧୩ ରୁ ୧୫ ବର୍ଷର ହୋଇଥିବା ବେଳେ ଧାନ ଅମଳ ସମୟରେ ବାରପାହାଡ ତଥା ଡେବ୍ରିଗଡ ଅଞ୍ଚଳରେ ବିଭିନ୍ନ ସମୟରେ ହାତୀ ପଲ ଗାଁ ମୁହାଁ ହୋଇ ବାରହା ଫାଶରେ ପଡି ଏପରି ମୃତ୍ୟୁ ବରଣ କରୁଥିବା ନଜିର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking