34.1 C
Bhubaneswar
Friday, March 29, 2024
Homeଓଡିଶାଗୋଟିଏ ଥାଳିରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲା ଛେଳି

ଗୋଟିଏ ଥାଳିରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲା ଛେଳି

ନୀଳଗିରି : ଗୋଟିଏ ଥାଳିରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିଛି ଛେଳି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡର ଔପଦା ବ୍ଲକ ଅଧିନସ୍ଥ ଇଶ୍ୱରପୁର ପଂଚାୟତରେ । ପିଞ୍ଛାବଣିଆ ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଗତ ମଙ୍ଗଳବାର ଦିନ ମଧ୍ୟାହ୍ନ ଭୋଜନ ସମୟରେ ପିଲା ଖାଉଥିବା ଥାଳିରେ ଏକ ଛେଳି ଖାଉଥିôବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ସଂପୃକ୍ତ ଅଙ୍ଗନୱାର୍ଡି କେନ୍ଦ୍ରର ଦିଦି ଓ ହେଲପର କେତେ କରିତକର୍ମା ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି । ଏନେଇ ଅଭିଭାବକ ମହଲରେ ତିବ୍ର ନିନ୍ଦା କରାଯାଉଥିଲା ବେଳେ ଛୋଟ ଛୋଟ ପିଲା ମାନଙ୍କୁ ସଂପୃକ୍ତ ଦିଦି କେତେ ସୁରକ୍ଷିତ ଦେଉଛନ୍ତି , ତାହା ଉକ୍ତ ଘଟଣାରୁ ବାରି ହେଉଛି ।
ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଔପଦା ସି.ଡି.ପି.ଓ. ସୌଭାଗ୍ୟ ରାଉତ ଉକ୍ତ କେନ୍ଦ୍ରକୁ ଯାଇ ଘଟଣାର ତଦନ୍ତ କରିବା ସହ ଅଙ୍ଗନୱାର୍ଡି କର୍ମୀ ପୁଷ୍ପଲତା ଦାସ ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଉଭୟଙ୍କର ଗୋଟିଏ ଦିନ ଦରମାକୁ ବନ୍ଦ କରିଛନ୍ତି । ଭବିଷ୍ୟତରେ ଛୋଟ ଛୋଟ ପିଲାମାନଙ୍କୁ ବାହାରେ ବସାଇ ଖାଇବାକୁ ନଦେଇ ଘର ଭିତରେ ବସାଇ ଖାଇବାକୁ ସି.ଡି.ପି.ଓ. ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking