29.1 C
Bhubaneswar
Sunday, April 28, 2024
Homeଓଡିଶାଉପନିର୍ବାଚନକୁ ସାଧାରଣ ନିର୍ବାଚନ ସହ ତୁଳନା କରିବା ଅନୁଚିତ: ମନମୋହନ

ଉପନିର୍ବାଚନକୁ ସାଧାରଣ ନିର୍ବାଚନ ସହ ତୁଳନା କରିବା ଅନୁଚିତ: ମନମୋହନ

ଝରସୁଗୁଡା: ଝାରସୁଗୁଡା ରେଜଲ୍ଟ ନେଇ ବିଜେପି ସଭାପତି ମନମୋହନ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି । ଝାରସୁଗୁଡା ନିର୍ବାଚନ ନେଇ ସମୀକ୍ଷା ହେବ କହିଲେ ମନମୋହନ । ଓଡିଶାର ପୋଲାରାଇଜେସନ ଆରମ୍ଭ ହୋଇଛି । ପୋଲାରାଇଜେସନରେ କଂଗ୍ରେସ ଏକ ପ୍ରକାର ପ୍ରତ୍ୟାଖ୍ୟାତ ହୋଇଛି ।

ଏହି ପୋଲାରାଇଜେସନରେ ବିଜେଡି-ବିଜେପି ହିଁ ରାଜନୀତି କରିବେ । ଉପନିର୍ବାଚନ ଫଳାଫଳ ପ୍ରାୟତଃ ଶାସକ ଦଳ ସପକ୍ଷରେ ଯାଇଥାଏ । ଉପନିର୍ବାଚନକୁ ସାଧାରଣ ନିର୍ବାଚନ ସହ ତୁଳନା କରିବା ଅନୁଚିତ । ବିଜେପି ବହୁତ ଉତ୍ଥାନ ପତ୍ତନ ଦେଖିଛି ଏବଂ ଆମ ଦଳ ପୁଣି ଆଗକୁ ଉଠିବ । ଝରସୁଗୁଡାରେ ବହୁ ସଂଘର୍ଷପୂର୍ଣ୍ଣ ସ୍ଥିତିରେ ବିଜେପି ନିର୍ବାଚନ ଲଢୁଥିଲା । ଫଳାଫଳ ନେଇ ସମୀକ୍ଷା ହେବ ଏବଂ ନିର୍ଯାସ ଅନ୍ୟଜାଗାରେ ପ୍ରୟୋଗ ମଧ୍ୟ ହେବ ବୋଲି କହିଛନ୍ତି ବିଜେପି ସଭାପତି ମନମୋହନ ।

ଆମ ଭୋଟ୍ ବିଜେଡିକୁ ପଳେଇଲା: ତାରା

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking