39.1 C
Bhubaneswar
Friday, April 26, 2024
Homeଓଡିଶାକଙ୍କଡାହାଡ ବ୍ଲକ୍‌ରେ ସଂକ୍ରମଣ ଅଣାୟତ

କଙ୍କଡାହାଡ ବ୍ଲକ୍‌ରେ ସଂକ୍ରମଣ ଅଣାୟତ

କଙ୍କଡାହାଡ : ମହାମାରୀ କରୋନା ଏବେ ଗାଁ’ମୁହାଁ ହୋଇଛି । ପ୍ରତିଦିନ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରଶାସନ ତରଫରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକମାନେ ଏହାକୁ ଖାତିର କରୁନଥିବା ଜଣାପଡିଛି । ଫଳରେ ଏହି ମହାମାରୀ ଭୟଙ୍କର ହେବାରେ ଲାଗିଛି । ମାତ୍ର କଙ୍କଡାହାଡ ବ୍ଲକରେ ପ୍ରଥମ ଥର ପାଇଁ ଦୈନିକ ୧୦୩ ସଂକ୍ରମଣ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ଚିନ୍ତା ଘାରିଛି । ମିଳିଥିବା ସୁଚନା ମୁତାବକ,ଚାନ୍ଦପୁର ଗ୍ରାମରେ ୬୮ ଜଣ, ଦଶୀପୁର ଗ୍ରାମରେ ୪, ଅସନବାହାଳିରେ ୬ , ପଙ୍ଗତିରା ୩, ରାଇବୋଲରେ ୫, କଙ୍କଡାହାଡରେ ୧, ଡଙ୍ଗପାଳରେ ୧, ଭାଘମୁଣ୍ଡାରେ ୧ ଆକ୍ରାନ୍ତ ହୋଇଛନ୍ତି ।

ଢେଙ୍କାନାଳ ଜିଲ୍ଲା ପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦେଶ କ୍ରମେ କଙ୍କଡାହାଡ ବ୍ଲକ୍ ପ୍ରଶାସନ ତରଫରୁ ମହାବିରରୋଡ ପଚାଂୟତର ମହାବିରରାଡ ଗ୍ରାମ ଓ ଚାନ୍ଦପୁର ପଚାଂୟତର ଚାନ୍ଦପୁର ଗ୍ରାମକୁ ୭ ଦିନ ପାଇଁ ମାଇକ୍ରୋକଟେଂନ୍‌ମେଂଟ ଜୋନ୍ ଘୋଷଣା କରିଛନ୍ତି । ଏହି ସମୟ ଭିତରେ ମେଡିକାଲ ସେବା ବ୍ୟତିତ ଅନ୍ୟ ସବୁ ସେବା ସହିତ ଦୋକାନ ବଜାର ବନ୍ଦ ରହିବ । ଯେଉଁମାନଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଛି ସେମାନଙ୍କୁ ଘରୋଇ ସଂଗରୋଧରେ ରହିବା ସହିତ ଓ÷ାଷଧ ବଂଟନ କରାଯାଇଛି । ଏହି ଅଚଂଳରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ହେତୁ ଅଧିକ ଲୋକଙ୍କ ଟେଷ୍ଟ କରିବା ପାଇଁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking