ଭାରତରେ ୩ ଲକ୍ଷ ଟପିଲା କରୋନା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୨୪ ମେ ୨୦୨୧ ପର୍ଯ୍ୟନ୍ତ ଭାରତରେ କରୋନା ଭାଇରସ ରେ ଏପର‌୍ୟ୍ୟନ୍ତ ୩ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଗତବର୍ଷ ଫେବୃୟାରୀରେ ଦେଶରେ ଏହି ଭାଇରସ ଚିହ୍ନଟ ହୋଇଥିଲା ଏବଂ ସେବେଠୁ ପ୍ରତିଦିନ ହାଜର ହଜାର ଲୋକଙ୍କ ପ୍ରାଣ ଯାଉଛି ଓ ନୂଆ ମାମଲା ସାମ୍ନାକୁ ଆସୁଛି । କରୋନାର ଦ୍ୱୀତୀୟ ଲହର ପିକ୍ ଆମେ ପାର କରିସାରିଛୁ ଏବଂ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେଉଛି । ସୋମବାର ସକାଳ ପର‌୍ୟ୍ୟନ୍ତ ଗତ ୨୪ ଘଣ୍ଟାରେ ୨.୨୨ ଲକ୍ଷ ନୂଆ ମାମଲା ରେକର୍ଡ ହୋଇଛି ଏବଂ ଏହି ଅବଧିରେ ୪୪୫୪ ଲୋକଙ୍କ ମୃତ୍ୟୁ ହୋଇଛି ।
ଗତ ୨୪ ଘଣ୍ଟାରେ ୨୨୨୩୧୫ ନୂଆ କେସ ସାମ୍ନାକୁ ଆସିଥିବା ବେଳେ ୪୪୫୪ ଜଣଙ୍କ ପ୍ରାଣ ଯାଇଛି । କୋଭିଡରେ ଏ ପର୍ଯ୍ୟନ୍ତ  ମୋଟ ୨୬୭୫୨୪୪୭ ମାମଲା ଆସିଛି । ଆକ୍ଟିଭ ମାମଲା ୨୭୨୦୭୧୬ ରହିଥିବା ବେଳେ ୨୪ ଘଣ୍ଟାରେ ରିକଭରି ୩୦୨୫୪୪ ରହିଛି । ୨୪ ଘଣ୍ଟାରେ ଟେଷ୍ଟିଂ ମଧ୍ୟ ସେହିଭଳି ୧୯୨୮୧୨୭ ହୋଇଛି । ପଜିଟିଭିଟି ରେଟ୍ ୧୧.୫୩ ପ୍ରତିଶତ ଥିବା ବେଳେ ୨୪ ଘଣ୍ଟାରେ ଟିକାକରଣ ୯୪୨୭୨୨ ହୋଇଛି । ଏପର‌୍ୟ୍ୟନ୍ତ ସମୁଦାୟ ଟିକାକରଣ ୧୯୬୦୫୧୯୬୨ ହୋଇଛି ।

LEAVE A REPLY

Please enter your comment!
Please enter your name here