29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ

ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ

ଊତ୍ତର ପ୍ରଦେଶ : କରୋନା ଟିକାକୁ ନେଇ ଏବେ ବି ଲୋକଙ୍କ ମନରୁ ଯାଇନି ଭୟ । ସରକର ଯେତେ ବିଜ୍ଞାପନ କଲେ ବି ଅଧିକାଂଶ ସ୍ଥାନରେ ଲୋକେ ଟିକା ନେବାକୁ ଆଗେଇ ଆସୁନାହାଁନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଟିକା ଭୟରେ ଲୋକେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଖି ଲୁଚୁଛନ୍ତି । ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲା ସିସୋଡା ଗ୍ରାମରେ । ଗ୍ରାମକୁ ଟିକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଗ୍ରାମର ଲୋକେ ନଦୀ ଭିତରକୁ ଡେଇଁ ପଡ଼ିଥିଲେ । ଲୋକଙ୍କ ହଠାତ୍‌ ଏପରି କରିବା ଦେଖି ସ୍ୱାସ୍ଥ୍ୟ କର୍ମୀ ଡରି ଯାଇଥିଲେ । ବହୁ ବୁଝାସୁଝା ପରେ ସେମାନେ ନଦୀରୁ ବାହାରିଥିଲେ । ହେଲେ ଗ୍ରାମର ପ୍ରାୟ ୧୫୦୦ ଅଧିବାସୀଙ୍କ ମଧ୍ୟରୁ ମାତ୍ର ୧୪ ଜଣଙ୍କୁ ଟିକା ଦେବାରେ ସ୍ୱାସ୍ଥ୍ୟ କର୍ମୀ ସଫଳ ହୋଇଥିଲେ । ସ୍ୱାସ୍ଥ୍ୟ କର୍ମୀ ଓ ନୋଡାଲ ଅଫିସର ଦୀର୍ଘ ସମୟ ଧରି ଗ୍ରାମବାସୀଙ୍କ ସହ ଆଲୋଚନା କରି ଟିକାର ଉପକାରୀତା ସମ୍ପର୍କରେ ବୁଝାଇବା ପରେ ମାତ୍ର ୧୪ ଜଣ ଲୋକ ଟିକା ନେବାକୁ ରାଜି ହୋଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking