28.1 C
Bhubaneswar
Saturday, April 27, 2024
Homeଓଡିଶାନିରାଶ୍ରୟଙ୍କ ପାଇଁ ଦେବଦୂତ‘ ହୋପ ଅଫ ଲାଇଫର ଦିଲ୍ଲୀପ ବାରିକ

ନିରାଶ୍ରୟଙ୍କ ପାଇଁ ଦେବଦୂତ‘ ହୋପ ଅଫ ଲାଇଫର ଦିଲ୍ଲୀପ ବାରିକ

ରାଉରକେଲା: ନିରାଶୟ, ଅସହାୟ ମନୁଷ୍ୟର ସାହା ଭରସା ସାଜିଛି ଦକ୍ଷିଣ ରାଉରକେଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହୋପ ଅଫ ଲାଇଫ’ । ଗତ କିଛି ଦିନ ତଳେ ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହୋପ ଅଫ ଲାଇଫ’ ପକ୍ଷରୁ ଜଣେ ମାନସିକ ବିକାରଗସ୍ତ ମହିଳାଙ୍କୁ ସାହାଯ୍ୟ ପାଇଁ ହାତ ବଢାଇ ନୂତନ ଜୀବନ ପ୍ରଦାନ କରିଛି । ଅନୁଷ୍ଠାନର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ବାରିକଙ୍କ ନେତୃତ୍ୱରେ ଏହି ଅସହାୟ, ନିରାଶୟ ମହିଳାଙ୍କ ପାଇଁ ଟିମର ସଦସ୍ୟ ମାନେ ଦେବଦୂତ ସାଜି ତାଙ୍କୁ ସଂଜିବନୀ ପ୍ରଦାନ କରିଛନ୍ତି । ଏହି ମହିଳା ଜଣଙ୍କ ମାନସିକ ଭାବେ ବିକାରଗସ୍ତ ଥିବା ବେଳେ ସେ ବିଶ୍ରା ଅଂଚଳର ବୋଲି ଜାଣିବାକୁ ମିଳିଛି । ମହିଳା ଜଣଙ୍କ କୌଣସି କାରଣ ବଶତଃ ଘରୁ ବିତାଡ଼ିତ ହେବା ପରେ ବେସାହାରା ହୋଇ ସହରର ବିଭିନ୍ନ ଛକରେ ଏଣେ ତେଣେ ଘୁରି ବୁଲୁଥିଲେ । ହଜାର ହଜାର ଲୋକ ପ୍ରତିଦିନ ରାସ୍ତାରେ ଯାତାୟତ କରୁଥିଲେ ମଧ୍ୟ ଉକ୍ତ ମହିଳାଙ୍କୁ ଅଣଦେଖା କରି ଚାଲି ଯାଉଥିଲେ । କିଛି ଦିନ ତଳେ ମହିଳା ଜଣଙ୍କ ଏକ ଅଜଣା ଗାଡ଼ି ଧକ୍କାରେ ଆହତ ହେବା ପରେ ମୂମୂର୍ଷୁ ଅବସ୍ଥାରେ ସହରର ଏସଟିଆଇ ଛକରେ ପଡ଼ି ରହିଥିଲେ । ଚିକିତ୍ସା ଅଭାବରୁ ତାଙ୍କ ହାତରେ କ୍ଷତ ହୋଇଥିବା ଜାଗା କ୍ରମଶଃ ସଂକ୍ରମିତ ହୋଇ ସେହି ଜାଗାରେ ପୋକ ସାଲୁବାଲୁ ହେବା ଭଳି ସ୍ଥିତି ଉତ୍ପନ ହୋଇ ଯାଇଥିଲା । ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ସହିତ ସଂଘର୍ଷ କରୁଥିବା ବେଳେ, ହୋଫ ଅଫ ଲାଇଫ ସଦସ୍ୟ ମାନେ ମହିଳାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଟିମ୍ବର କଲୋନୀ ସ୍ଥିତ ଶାନ୍ତି ଭବନକୁ ସ୍ଥାନାନ୍ତରଣ କରିଥିଲେ । ଏହାପରେ ଉକ୍ତ ମାନସିକ ବିକାରଗସ୍ତ ମହିଳାଙ୍କ ସେଠାରେ ଚିକିତ୍ସା କରାଯିବା ପରେ ସେ ଏବେ ସୁସ୍ଥ ହୋଇ ଏକ ନୂତନ ଜୀବନ ପାଇ ପାରିଛନ୍ତି । ଆଗାମୀ ଦିନରେ ମାନସିକ ଭାବେ ସୁସ୍ଥ ହୋଇ ମହିଳା ଜଣଙ୍କ ସ୍ୱାଭାବିକ ଜୀବନଯାପନ କରନ୍ତୁ ବୋଲି ହୋପ ଅଫ ଲାଇଫ ଟିମ ପକ୍ଷରୁ ସୁବ୍ରତ କୁମାର ଲେଙ୍କା, ସୌରଭ ମହାପାତ୍ର, ରାଜା ତିର୍କୀ ପ୍ରମୁଖ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ସେହିପରି ରାଉରକେଲା ରେଳ ଷ୍ଟେସନ ତଥା ଆଖପାଖ ଜାଗାରେ ଜଣେ ୫ ବର୍ଷିୟ ଶିଶୁକୁ ଉଦ୍ଧାର କରିଥିଲେ ହୋପ ଅଫ ଲାଇଫ ଟିମର ସଦସ୍ୟ । ଅନୁଷ୍ଠାନର ମୁଖ୍ୟ ଦିଲୀପ କୁମାର ବାରିକଙ୍କ କହିବା ଅନୁଯାୟୀ, ରାଉରକେଲା ରେଳ ଷ୍ଟେସନରେ ଶଙ୍କର ନାମକ ଦିବ୍ୟାଙ୍ଗ ବ୍ୟକ୍ତି ଭିକ୍ଷାବୃତି କରିପରିବାରର ଗୁଜୁରାଣ ମେଂଟାଇଥାନ୍ତି । ତାଙ୍କର ସ୍ତ୍ରୀ ଆରପାରିକୁ ଚାଲିଗଲା ପରେ, ଏକ ମାତ୍ର ପୁଅକୁ ନେଇ ସେ ଏବେ ଚିନ୍ତା ଓ ଆଶଙ୍କାରେ କାଳ କାଟୁଛନ୍ତି । ୫ ବର୍ଷିୟ ପୁଅ ମଧ୍ୟ ବିଭିନ୍ନ ଟ୍ରେନରେ ଝାଡ଼ୁ ମାରିବା ସହ ଭିକ୍ଷା ବୃତି କରିଥାଏ । ଦାରିଦ୍ରତାର ତାଡ଼ନା ଶିଶୁ ଜଣଙ୍କୁ ଭିକ୍ଷା ମାଗିବାକୁ ଏକ ପ୍ରକାର ବାଧ୍ୟ କରିଥିଲା ବୋଲି ବାପା ଶଙ୍କର କୁହନ୍ତି । ଏହି ଦୁଃଖୀ ଦରିଦ୍ରଙ୍କ ଉପରେ ହୋପ ଅଫ ଲାଇଫ ଟିମର ନଜର ପଡ଼ିବା ପରେ, ଉକ୍ତ ଦିବ୍ୟାଙ୍ଗ ବାପାଙ୍କ ଅନୁରୋଧ କ୍ରମେ ଶିଶୁକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି ହୋପ ଅଫ ଲାଇଫ ଅନୁଷ୍ଠାନ । ଯେଉଁଠାରେ ଶିଶୁ ଜଣଙ୍କ ସୁରକ୍ଷିତ ରହିବା ସହ ତାହାର ଖାଦ୍ୟପେୟର ଉପଯୁକ୍ତ ଯତ୍ନ ନିଆଯାଉଛି
। ଆଗାମୀ ଭବିଷ୍ୟତରେ ଶିଶୁ ଜଣଙ୍କ ଉପଯୁକ୍ତ ଶିକ୍ଷା ଆହରଣ କରି କିପରି ଜଣେ ସୁନାଗରିକ ଭାବେ ନିଜକୁ ଗଢି ତୋଳି ପାରିବ ଏହାକୁ ନେଇ ଆଶା ବାନ୍ଧିଛନ୍ତି ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟବୃନ୍ଦ । ଜଣେ ମାନସିକ ମହିଳାଙ୍କୁ ନୂତନ ଜୀବନ ଦେବା ସହ ଜଣେ ଦିବ୍ୟାଙ୍ଗ ବାପାର ଅନୁରୋଧ ରଖି ଉକ୍ତ ଶିଶୁର ମୁହଁରେ ହସ ଫୁଟାଇ ପାରିଛି ହୋପ ଅଫ ଲାଇଫ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଅନୁଷ୍ଠାନର ଏତାଦୃଶ୍ୟ କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking