39.8 C
Bhubaneswar
Thursday, April 18, 2024
HomeUncategorizedମା’ପଦ୍ମାଳୟାଙ୍କ ଭସାଣିରେ ନୀରବତା

ମା’ପଦ୍ମାଳୟାଙ୍କ ଭସାଣିରେ ନୀରବତା

ରାଉରକେଲା :ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମା’ ଲକ୍ଷ୍ମୀଙ୍କ ଭସାଣି ଉତ୍ସବ ନୀରବତା ମଧ୍ୟରେ ଶେଷ ହୋଇଛି । ଚଳିତ ବର୍ଷ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ମେଲଣକୁ ସ୍ଥଗିତ ରଖାଯାଇଥିବା ବେଳେ, ଲକ୍ଷ୍ମୀପୂଜା ଭସ।।ଣି ନିରାଡମ୍ବର ଭାବେ କୋଭିଡ଼ କଟକଣାରେ ପାଳିତ ହୋଇଥିଲା । ପ୍ରକାଶ ଥାଉକି, ସାରନଗରୀ ସ୍ଥିତ ନିୟୁ ନାରାୟଣୀ ମାର୍କେଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମା’ ବିଷ୍ଣୁପ୍ରିୟାଙ୍କ ପୂଜାର୍ଚ୍ଚନା କୋଭିଡ଼ କଟକଣାରେ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ଦର୍ଶନକୁ ବାରଣ ସହ ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ମା’ ଲକ୍ଷ୍ମୀଙ୍କ ପୂଜା ବିଧିରକ୍ଷା ନିମନ୍ତେ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଏହି ଠାରେ ଜାକଯମକରେ ସୁଦୃଶ୍ୟ ତୋରଣ, ରଙ୍ଗୀନ ଆଲୋକ ସଜ୍ଜା ସହ ମୀନାବଜାରର ଆୟୋଜନ କରାଯାଉଥିବା ବେଳେ, ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଫିକା ପଡ଼ି ଯାଇଛି । ନିଉ ନାରାୟଣୀ ମାର୍କେଟ କମିଟି ଠାରେ ବିଗତ ୧୨ ବର୍ଷ ହେଲା ଆୟୋଜିତ ହୋଇ ଆସୁଛି ପଦ୍ମାଳୟାଙ୍କ ପୂଜା । ଗତ ବର୍ଷ ପୂଜାର ବ୍ୟୟ ଅଟକଳ ୨ଲକ୍ଷ ୩୦ ହଜାର ରଖାଯାଇଥିବା ବେଳେ ଚଳିତ ବର୍ଷ ନିରାଡମ୍ବର ଭାବେ ପୂଜାର ଆୟୋଜନ ହେବ ବୋଲି ପୂଜା କମିଟିର ସଭାପତି ବିପିନ ଲେଙ୍କା ପ୍ରକାଶ କରିଛନ୍ତି । ମା’ ଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ନିରାଡମ୍ବର ଭାବେ ଆୟୋଜନ କରାଯିବା ନେଇ ସୂଚନା ମିଳିଛି । ନିୟୁ ନାରାୟଣୀ ମାର୍କେଟ ପୂଜା କମିଟି ପକ୍ଷରୁ କର୍ମକର୍ତା ମାନେ ଲକ୍ଷ୍ମୀ ପୂଜାରେ ସକ୍ରୀୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking