40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଇଣ୍ଡିଆନ ସୁପର ଲିଗ ଇତିହାସ

ଇଣ୍ଡିଆନ ସୁପର ଲିଗ ଇତିହାସ

ନୂଆଦିଲ୍ଲୀ : କ୍ରୀଡା କ୍ଷେତ୍ରରେ ଏକ ଐତିହାସିକ ଘଟଣାକ୍ରମରେ ଇଂଲିଶ ପ୍ରିମିୟର ଲିଗ ଚାମ୍ପିୟନ ମାଞ୍ଚେଷ୍ଟର ସିଟି ଦଳର ମୂଳ କମ୍ପାନୀ ସିଟି ଫୁଟବଲ ଗୃପ ଆଜି ଇଣ୍ଡିଆନ ସୁପର ଲିଗ ର ଫ୍ରାଞ୍ଚାଇଜ଼ ମୁମ୍ବାଇ ସିଟି ଏଫସି ରେ ୬୫ ପ୍ରତିଶତ ଅଂଶଧନ କ୍ରୟ କରିଥିବା ଘୋଷଣା କରିଛି । ଏଥିସହିତ ମୁମ୍ବାଇ ସିଟି ଏଫସି ସିଟି ଫୁଟବଲ ଗୃପ ନେଟୱର୍କର ଅଷ୍ଟମ କ୍ଲବ ହେବ । ସିଟି ଫୁଟବଲ ଗୃପ ଏବେ ମୁମ୍ବାଇ ସିଟି ଏଫସି ଦଳରେ ୬୫ ପ୍ରତିଶତ ଅଂଶର ମାଲିକାନା ହାସଲ କରିବା ସହିତ ବର୍ତମାନର ସେୟାରହୋଲଡ଼ର ଅଭିନେତା ରଣବୀର କପୁର ଓ ବିମଲ ପାରେଖଙ୍କ ପାଖରେ ବଳକା ୩୫ ପ୍ରତିଶତ ଅଂଶଧନ ରହିବ ।

ଦଳର ପ୍ରଶଂସକମାନଙ୍କ ଗହଣରେ ଫୁଟବଲ ସ୍ପୋର୍ଟ୍ସ ଡେଭେଲପମେଣ୍ଟ ଲିମିଟେଡ଼ (FSDL ) ଏବଂ ରିଲାଏନ୍ସ ଫାଉଂଡେସନର ପ୍ରତିଷ୍ଠାତ୍ରୀ ଅଧ୍ୟକ୍ଷା ନୀତା ଅମ୍ବାନୀ ଏବଂ ସିଟି ଫୁଟବଲ ଗୃପର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଫେରାନ ସୋରିୟାନୋ ଏହି ଘୋଷଣା କରିଛନ୍ତି । ଏହି ଘୋଷଣା ଅବସରରେ ଶ୍ରୀମତୀ ଅମ୍ବାନୀ କହିଛନ୍ତି ଯେ “ଆଜି ଆମେ ବିଶ୍ୱର ଫୁଟବଲ ଶକ୍ତିକେନ୍ଦ୍ରକୁ ଭାରତକୁ, ଇଣ୍ଡିଆନ ସୁପର ଲିଗକୁ ଏବଂ ଭାରତୀୟ ଫୁଟବଲକୁ ସ୍ୱାଗତ ଜଣାଉଛୁ । ଏହା ଏକ ଐତିହାସିକ କ୍ଷଣ କାରଣ ପ୍ରଥମ ଥର ପାଇଁ ଏକ ଇଉରୋପିଆନ କ୍ଲବ କୌଣସି ଭାରତୀୟ କ୍ଲବରେ ବହୁସଂଖ୍ୟକ ଅଂଶଧନ କ୍ରୟ କରିଛି । ଏହା ଭାରତୀୟ ଫୁଟବଲ ହାସଲ କରିଥିବା ଉତ୍କର୍ଷ ଓ ଭାରତୀୟ ଫୁଟବଲକୁ ନେଇ ଆମର ପ୍ରତିବଦ୍ଧତା ତଥା ଦୁରଦୃଷ୍ଟି କୁ ପ୍ରମାଣିତ କରିବା ସହ ଭାରତରେ ଫୁଟବଲର ବଢୁଥିବା ଲୋକପ୍ରିୟତା ଓ ଜନସମର୍ଥନର ପରିଚାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking