ଭାରତରେ ଫୁଟବଲର ଭବିଷ୍ୟତ

ନୂଆଦିଲ୍ଲୀ : ଭାରତରେ ସିଟି ଫୁଟବଲ ଗୃପ କୁ ସ୍ୱାଗତ ଜଣାଇବା ସହିତ ଏହି ଐତିହାସିକ ସହବନ୍ଧନ ଦ୍ୱାରା ମୁମ୍ବାଇ ସିଟି ଏଫସି ଦଳ ଓ ଭାରତୀୟ ଫୁଟବଲ ବେଶ ଲାଭାନ୍ବିତ ହେବ ବୋଲି ଶ୍ରୀମତୀ ଅମ୍ବାନୀ ଆଶା ପ୍ରକାଶ କରିଥିଲେ । ଏହି ଅଧିଗ୍ରହଣ ଘୋଷଣା ଅବସରରେ ସିଟି ଫୁଟବଲ ଗୃପର ଅଧ୍ୟକ୍ଷ୍ୟ ଖଲଦୂନ ଅଲ ମୁବାରକ କହିଛନ୍ତି ଏହି ଅଧିଗ୍ରହଣ ଓ ପୁଞ୍ଜିନିବେଶ ମୁମ୍ବାଇ ସିଟି ଏଫସି, ସିଟି ଫୁଟବଲ ଗୃପ ଓ ଭାରତୀୟ ଫୁଟବଲ ଜଗତରେ ଏକ ବଡ଼ ପରିଵର୍ତନ ଆଣିବ ବୋଲି ଆମର ବିଶ୍ୱାସ ରହିଛି । ଭାରତରେ ଫୁଟବଲର ଭବିଷ୍ୟତ ଓ ମୁମ୍ବାଇ ସିଟି ଏଫସି ପାଇଁ ସିଟି ଫୁଟବଲ ଗୃପ ପ୍ରତିବଦ୍ଧ । ଆମେ ମୁମ୍ବାଇ ସିଟି ଏଫସିର ପ୍ରଶଂସକ ଓ ସ୍ଥାନୀୟ ସମୁଦାୟରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ବେଶ ଉତ୍ସୁକ ଏବଂ ଆମର ସହ-ମାଲିକ ମାନଙ୍କ ସହିତ ଏକାଠି କାର୍ୟ୍ୟ କରି କ୍ଲବର ତ୍ୱରିତ ବିକାଶ ଦିଗରେ ଆମେ ପ୍ରଚେଷ୍ଟା କରିବୁ । ସିଟି ଫୁଟବଲ ଗୃପ ପକ୍ଷରୁ ସିଟି ଫୁଟବଲ ଗୃପ ଇଣ୍ଡିଆର ମୁଖ୍ୟ ଭାବେ ବରିଷ୍ଠ ଉପସଭାପତି ଡେମିୟନ ବିଲୋବୀଙ୍କ ନାମ ଘୋଷଣା କରାଯାଇଛି, ଯିଏ ଆଗାମୀ ସପ୍ତାହରେ ସିଙ୍ଗାପୁରରୁ ଭାରତକୁ ସ୍ଥାନାନ୍ତରିତ ହେବେ । ଉଲ୍ଲେଖଯୋଗ୍ୟ ଯେ ସିଟି ଫୁଟବଲ ଗୃପ ବିଶ୍ୱର ଅଗ୍ରଣୀ ଫୁଟବଲ କ୍ଲବସମୂହର ସଂଚାଳକ ଏବଂ ଏହାର ମାଲିକାନାରେ ରହିଥିବା କ୍ଲବଗୁଡିକ ମଧ୍ୟରେ ରହିଛି ଇଂଲିଶ ପ୍ରିମିୟର ଲିଗ ଚମ୍ପିୟାନ ମଞ୍ଚେଷ୍ଟର ସିଟି ଏଫସି ସମେତ ଆମେରିକାର ନ୍ୟୁୟର୍କ ସିଟି, ଅଷ୍ଟ୍ରେଲିଆର ମେଲବର୍ନ ସିଟି ଏଫସି, ଜାପାନର ୟୋକହାମା ଏଫ ମଇରିନୋ, ଉରୁଗୁଏର କ୍ଲବ ଏଟଲେଟିକୋ ଟର୍କ, ସ୍ପେନର ଗିରୋନା ଏଫସି ଏବଂ ଚୀନର ସିଚୁଆନ ଜିଉନିଉ ଏଫସି ।

LEAVE A REPLY

Please enter your comment!
Please enter your name here