34.1 C
Bhubaneswar
Wednesday, May 1, 2024
Homeଓଡିଶାପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କୁ ହତ୍ୟା

ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କୁ ହତ୍ୟା

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରବୁରାଜଙ୍କୁ ହତ୍ୟା । ପୂର୍ବତନ କୁଳପତି ପ୍ରବେଫସର ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ଲଇକେରା ଥାନା ସରଗିଗୁଡ଼ା ଘରେ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠରେ ଡାକ୍ତର ତାଙ୍କୁୁ ମୃତ ବୋଲି ଘୋଷଣା କରିଥିଲେ । ହତ୍ୟା କାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ବି ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନା ଅନୁଯାୟୀ, ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କ ଘରକୁ ଏକ ମଦ୍ୟପ ଯାଇ ୧୦୦ ଟଙ୍କା ମାଗିବାରୁ ଏପରି ହୋଇଥିବା ଚର୍ଚ୍ଚା ହୋଉଛି । ଆକ୍ରମଣକାରୀ ଘରକୁ ଯାଇ ୧୦୦ଟଙ୍କା ମାଗିଥିଲା ଟଙ୍କା ଦେବାକୁ ମନା କରିବାରୁ ଏପରି ଘଟଣାର ଘଟିଛି। ୧୦୦ଟଙ୍କା ପାଇଁ ହତ୍ୟା ହୋଇଥିବା ସୂଚନା ଦେଲେ ଧ୍ରୁବରାଜଙ୍କ ଭାଇ । ମଦ୍ୟପ ଜଣଙ୍କ ବାହାରେ ପଡ଼ିଥିବା ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଆକ୍ରମଣକାରୀକୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking