29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶମା’ର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଯୋଗାଡ଼ କରି ନପାରିବାରୁ ଜୀବନ ହାରିଲା ପୁଅ

ମା’ର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଯୋଗାଡ଼ କରି ନପାରିବାରୁ ଜୀବନ ହାରିଲା ପୁଅ

ଝାଡ଼ଖଣ୍ଡ: ମହମାରୀ ଭୟ ଭିତରେ ଆରପାରିକୁ ଚାଲିଗଲା ମା’ । ଏତେ ବଡ଼ ଦୁନିଆରେ ବେସାହାରା ହୋଇଗଲା ପୁଅ । ସବୁଦିନ ପାଇଁ ପର ହୋଇଗଲା ମା’ ଡାକ ।  ମା’ର ମୃତ୍ୟୁ ପରେ ଯୁବକ ପୂରାପୁରି ଭାଙ୍ଗିପଡ଼ିଥିଲେ । ହେଲେ ଅନ୍ତିମ ସଂସ୍କାର ପାଇଁ ଟଙ୍କା ଯୋଗାଡ଼ କରିନପାରି ଚରମ ପଦକ୍ଷେପ ନେଇଛନ୍ତି । ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ । ଘଣଟାସ୍ଥଳରେ ପୋଲିସ୍  ପହଁଚି ଛାନଭିନ୍ ଆରମ୍ଭ କରିଛି । ଏଭଳି ହୃଦୟ ବଦାରକ ଘଟଣା ଝାଡ଼ଖଣ୍ଡର ଦେଓଗଡ ଜିଲ୍ଲାର ଜସିଡିହ ପୋଲିସ ଷ୍ଟେସନ ଅଞ୍ଚଳର ପହରୀ ଗ୍ରାମରେ ଘଟିଛି । ପହରୀ ଗାଁର ବାସିନ୍ଦା କିଶନ ଚୌଧୁରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ, କିଶନଙ୍କ ମା’ ଅନେକ ଦିନ ଧରି ରୋଗଶଯ୍ୟାରେ ଥିଲେ । ମା’ର ଜୀବନ ବଞ୍ଚାଇବା ପାଇଁ ସେ ବହୁତ ଚେଷ୍ଟା କରିଥିଲେ । ଅନେକ ସ୍ଥାନରେ ଚିକିତ୍ସା କରାଇଥିଲେ ସୁଦ୍ଧା ମା’କୁ ବଞ୍ଚାଇ ପାରିଲେନି । ବହୁ ବର୍ଷ ଧରି ମା’ର ଚିକିତ୍ସା ଚାଲିଥିବାରୁ ପରିବାରର ଆର୍ଥିକ ଅବସ୍ଥା ବିଗିଡ଼ି ସାରିଥିଲା। ଶୁକ୍ରବାର କିଶନ ଚୌଧୁରୀଙ୍କ ମାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମାଙ୍କ ମୃତ୍ୟୁରେ କିଶନ ବହୁତ ଭାଙ୍ଗି ପଡ଼ିଥିଲେ । ମା’ର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ମଧ୍ୟ କରିଥିଲେ । ହେଲେ ଅନ୍ତିମ ସଂସ୍କାର ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ କିଣିବା ପାଇଁ ବି ତାଙ୍କ ପାଖରେ ଟଙ୍କା ନଥିଲା । ଏହି କାରଣରୁ ମନ ଦୁଃଖରେ ଥିଲେ କିଶନ୍ । ଶନିବାର କିଶନ୍ କୋଠରୀକୁ ଯାଇ କବାଟ ବନ୍ଦ କରି ଦେଇଥିଲେ । ପରିବାର ସଦସ୍ୟମାନେ କିଛି କରିବା ପୂର୍ବରୁ ବେଳକୁ ଫାଶୀ ଦେଇ ଆତ୍ମହତ୍ୟା କରି ସାରିଥିଲେ କିଶନ୍ । ଆଉ ତାଙ୍କ ମୃତ ଦେହ ଦେଖି କିଶନଙ୍କ ସ୍ତ୍ରୀଙ୍କ ହୋସ୍ ଉଡ଼ିଯାଇଥିଲା  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking