39.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶପ୍ରେମିକାର ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକ.....

ପ୍ରେମିକାର ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକ…..

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ଭଲରୁ ଏକ ହୃଦୟ ବିଦାରକ ଘଟଣାର ସାମ୍ନାକୁ ଆସିଛି । ଏଠାରେ ଜଣେ ୨୫ ବର୍ଷିୟ ଯୁବକ ପ୍ରଥମେ ନିଜର ପ୍ରେମିକାକୁ ଗୁଳି କରି ପରେ ନିଜେ ନିଜକୁ ଗୁଳି କରି ଜୀବନ ହାରିଦେଲା । ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଯୁବତୀଙ୍କ ବିବାହ ଅନ୍ୟ ଜଣଙ୍କ ସହିତ ଠିକ୍ ହୋଇଥିଲା । ଆଉ ଏହି କାରଣରୁ ଯୁବକ ଜଣକ ଏପରି କରିଛନ୍ତି ।

ସୂଚନା ଅନୁଯାୟୀ, ସମ୍ଭଲରେ ଥିବା ଚନ୍ଦୌସୀ ଅଞ୍ଚଳର ମୋଲାଗଢ଼ ଗାଁରେ ଏହି ଘଟଣାଟି ଘଟିଥିବା ବେଳେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳାଙ୍କ ନାମ ମମତା ଓ ଯୁବକଙ୍କ ନାମ ଶିବମ୍ ବୋଲି ଜଣାପଡିଛି । ଦୁହେଁ ୮ ବର୍ଷ ହେବ ରିଲେସନ୍ ରେ ଥିଲେ । ହେଲେ ଯେତେବେଳେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଗଲା ସେତେବେଳେ ସେ ଖୁବ୍ ଜୋରରେ ରାଗିଯାଇଥିଲେ। ଆଉ ଶନିବାର ମମତାଙ୍କ ଘରକୁ ଯାଇଥିଲା । ସେଠାରେ ମମତାଙ୍କୁ ପ୍ରଥମେ ଗୁଳି ମାରିବା ପରେ ନିଜେ ନିଜକୁ ଗୁଳି ମାରିଥିଲା । ବନ୍ଧୁକ ଟି ଯୁବକଙ୍କ ମୃତ ଦେହ ପାଖରେ ପଡିଥିବା ଠାବ କରାଯାଇଥିଲା । ପୋଲିସ ସେମାନଙ୍କ ମୃତଦେହକୁ ପୋଷ୍ଟମଟମ୍ ପାଇଁ ପଠାଇଛି । ତେବେ ଏହି ଘଟଣାରେ ଶିବମ୍ ଙ୍କ ପରିବାର ଯୁବତୀଙ୍କ ଉପରେ ଦୋଷାରୋପ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking