33.1 C
Bhubaneswar
Saturday, April 27, 2024
Homeଓଡିଶାକାଶିଆଡିହି ପଂଚାୟତରେ କଲ୍ୟାଣ ମଣ୍ଡପ ଓ ଶିଶୁ ଉଦ୍ୟାନ ଉଦଘାଟିତ

କାଶିଆଡିହି ପଂଚାୟତରେ କଲ୍ୟାଣ ମଣ୍ଡପ ଓ ଶିଶୁ ଉଦ୍ୟାନ ଉଦଘାଟିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ କାଶିଆଡିହି ପଂଚାୟତରେ ରବିବାର ପୂର୍ବାହ୍ନରେ କଲ୍ୟାଣ ମଣ୍ଡପ ଓ ଗ୍ରାମୀଣ ଶିଶୁ ଉଦ୍ୟାନ ଉଦଘାଟିତ ହୋଇଯାଇଛି । ପ୍ରଥମେ ଗ୍ରାମପଂଚାୟତ କାର୍ଯ୍ୟାଳୟ ନିକଟରେ ପ୍ରତିଷ୍ଠା ହୋଇଥିବା ଗ୍ରାମୀଣ ଶିଶୁ ଉଦ୍ୟାନକୁ ଏମ୍‌ପି ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ପରେ ଗ୍ରାମବାସୀଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିକଟସ୍ଥ କଲ୍ୟାଣ ମଣ୍ଡପକୁ ଉଦ୍‌ଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ସାଂସଦ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଅନେକ ଚିନ୍ତାଧାରା ଓ ବିଚାରକୁ ନେଇ ସ୍ଥାନୀୟ ସରପଂଚଙ୍କ କାର୍ଯ୍ୟ ଉଲ୍ଲେଖନୀୟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନକୁ ପ୍ରତ୍ୟେକ ପଂଚାୟତ ଲୋକପ୍ରତିନିଧିମାନେ ସଠିକ୍ ଭାବେ ବିନିଯୋଗ କରିବା ଦରକାର । ଏଥିରେ ପ୍ରତିବନ୍ଧକ କରୁଥିବା ବ୍ୟକ୍ତିବିଶେଷଙ୍କୁ ରାଜରାସ୍ତାରେ ଠିଆ କରାଇବା ସହିତ ସେମାନଙ୍କ ଭୁଲ୍‌କୁ ସମସ୍ତଙ୍କୁ ସୂଚାଇବା ଆବଶ୍ୟକ । ଓଡାପଡା ବ୍ଲକ୍‌ର ପଂଚାୟତ ଗୁଡିକର ସାମୁହିକ ବିକାଶରେ ରାଜନୀତି କରିବା ଦରକାର ନାହିଁ । ଏହାଦ୍ୱାରା ଅନେକ ଲୋକହୀତକର କାର୍ଯ୍ୟ ସାଧନ ହୋଇପାରିବ ।

ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କୋଦଣ୍ଡଧର ସାହୁ, ଓଡାପଡା ପଂଚାୟତ ସମିିତି ଅଧ୍ୟକ୍ଷା ସସ୍ମିତା ମହାନ୍ତି, ଜିଲା ପରିଷଦ ସଭ୍ୟା ଶ୍ରୀମତୀ ସୁଚିତ୍ରା ପାତ୍ର, କାଶିଆଡିହି ସରପଂଚ ଶ୍ରୀମତି ମୀନତୀ ରାଉତ ଓ ଓଡାପଡା ବିଡିଓ ଦାଶରଥୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପରେ ପରେ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ସଭାରେ ଅତିଥିମାନେ ମତବ୍ୟକ୍ତ କରି କହିଲେ ଯେ, ପଂଚାୟତର ଉନ୍ନତି କରିବାକୁ ହେଲେ ବିବାଦ ଛାଡି ସମସ୍ତଙ୍କ ସହଯୋଗ ଆବଶ୍ୟକ । ମହିଳା ହେଉ ବା ପୁରୁଷ ହେଉ ମନରେ ଆବେଗ ଦରକାର । ଇଛାଶକ୍ତି ଥିଲେ ବିକାଶ ଧାରାକୁ ଆଗେଇ ନେଇହେବ । ସମସ୍ତଙ୍କ ମନ ଏକ୍‌ହୋଇ ରହିଲେ ଗ୍ରାମର ବିକାଶ ହୋଇପାରିବ ବୋଲି ମଂଚାସୀନ ଅତିଥିମାନେ କହିଥିଲେ । ଗ୍ରାମରେ ଥିବା ପାନୀୟଜଳ ସମସ୍ୟା ଉପରେ ସାଂସଦ ଗୁରୁତ୍ୱ ପ୍ରଦାନ କରି ସୋଲାର ପାନୀୟଜଳ ପ୍ରକଳ୍ପ କରିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ । ସରପଂଚ ଶ୍ରୀମତୀ ମୀନତୀ ରାଉତ ବିବରଣୀ ପାଠ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ କୁମାର ଜେନା ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିିଥିଲେ । ଏହି ଅବସରରେ ବିଭିନ୍ନ ପଂଚାୟତରୁ ସରପଞ୍ଚ, ସମିତି ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟାସଭ୍ୟ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking