31.1 C
Bhubaneswar
Friday, March 29, 2024
Homeଓଡିଶାଚତୁର୍ଥୀ ପୁର୍ବରୁ ନବବଧୂର ଆତ୍ମହତ୍ୟା

ଚତୁର୍ଥୀ ପୁର୍ବରୁ ନବବଧୂର ଆତ୍ମହତ୍ୟା

ଢେଙ୍କାନାଳ : ଆଖିରେ ଆଖିଏ ସ୍ୱପ୍ନ ଓ ଅସୁମାରୀ ଆଶା ନେଇ ମାତ୍ର ତିନି ଦିନ ତଳେ ନୂଆ କରି ଆରମ୍ଭ କରିଥିଲେ ନୂଆ ଜୀବନ । ଲିଭି ନଥିଲା ପାଦର ଅଳତା କି ହାତର ମେହେନ୍ଦି । ହେଲେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ମାତ୍ର ଚତୁର୍ଥୀର ହୋମ କାର୍ଯ୍ୟ ହେବା ପୁର୍ବରୁ ଆତ୍ମହତ୍ୟା କରିଥିଲେ ନବବଧୂ । ଏଭଳି ଦଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଦାବନ୍ଧ ଗ୍ରାମରେ ।

ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମର ହରିହର ନାୟକଙ୍କ ଝିଅ ଝରଣା ନାୟକ ବିଦାବନ୍ଧ ଗ୍ରାମର ମୁରଲିଧର ନାୟକଙ୍କ ବଡପୁଅ ମଦନ ମୋହନ ନାୟକଙ୍କୁ ଗତ ୧୭ ତାରିଖ ଦିନ ବୈଦିକ ରିତିରେ ବିବାହ କରିଥିଲେ । ମାତ୍ର ଚତୁର୍ଥୀର ସକାଳୁ ଝରଣା ଊଠି ନଥିବାରୁ କବାଟ ବାଡେଇ ଥିଲେ ମଧ୍ୟ ଘର ଭିତରୁ କୌଣସି ଉତର ନପାଇ ପରିବାର ଲୋକଙ୍କ ମନରେ ସନ୍ଦେହ ଆସିଥିଲା । ପରେ କାବାଟ ଭାଙ୍ଗି ଭିତରେ ପଶିବା ବେଳକୁ ଝରଣାଙ୍କ ମୃତଦେହ ଫ୍ୟାନରେ ଝୁଲୁଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୁଚନା ପାଇ ସଦର ପୋଲିସ ସେଠାରେ ପହଂଚି ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମୃତ ଝରଣାର ବାପାଙ୍କ କହିବା କଥା, ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଝିଅର ମୁଣ୍ଡ ଦୋଷ ବାହାରିଥିଲା । ମଝିରେ ମଝିରେ ସେ ସବୁ ଭୁଲି ଯାଉଥିଲା । ଏନେଇ ସେ ହିନ୍ଦୋଳ ଉପଖଣ୍ଡରେ ଚିକିତ୍ସା ହେଉଥିଲେ । ଏହି ଘଟଣାରେ ଶାଶୁଘର ଲୋକେ କେହି ଦାୟୀ ନୁହନ୍ତି ବୋଲି ଝିଅର ବାପା ଥାନାରେ ଲିଖିତ ଭାବେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking