33.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନରେ ଅଗ୍ନିକାଣ୍ଡ ଘଟି ୨୦ ବଖରା ଗୋଷାଳା ପୋଡି ପାଉଁଷ

ଭୁବନରେ ଅଗ୍ନିକାଣ୍ଡ ଘଟି ୨୦ ବଖରା ଗୋଷାଳା ପୋଡି ପାଉଁଷ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହପ୍ରସାଦ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଡିଏ ବଖରା ଗୋଷାଳା ଭସ୍ମୀଭୁତ ହୋଇଯାଇଛି । ସୁଚନା ମୁତାବକ, ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା ଓ ପ୍ରଦ୍ୟୁମ୍ନ ଜେନାଙ୍କ ଡାଏରି ଫାର୍ମରେ କୈାଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ନିମିଷକେ ନିଆଁ ବ୍ୟାପି ଯାଇ ୨୦ ବଖରା ଚାଳଛପର ଗୁହାଳ ପୋଡି ଛାରଖାର ହୋଇଯାଇଥିଲା । ମାତ୍ର ଅଗ୍ନିକାଣ୍ଡ ସମୟରେ ଗାଇ ଗୁଡିକ ଚରିବାକୁ ଯାଇଥିବା ହେତୁ ସେମାନେ ରକ୍ଷା ପାଇଯାଇଛନ୍ତି ।

ଗୋଷାଳାରେ ଥିବା ବିଭିନ୍ନ ପ୍ରକାର କୃଷିଯନ୍ତ୍ରପାତି, ଗୋଖାଦ୍ୟ, ପୀଡିଆ, ସାର ବସ୍ତା ଆଦି ପୋଡି ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକ ଓ ଦମକଳ ବାହିନୀର ସହାୟତାରେ ନିଆଁକୁ ଆୟତ କରାଯାଇଥିଲା । ଗଡନୃସିଂହପ୍ରସାଦର ରାଜସ୍ୱ ନୀରିକ୍ଷକ ସେଠାରେ ପହଂଚି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଅକାଳନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking