34.1 C
Bhubaneswar
Friday, March 29, 2024
Homeଓଡିଶାଆଲୋକ ମାଳାରେ ଝଲସିବ ସରକାରୀ ପ୍ରତିଷ୍ଠାନ

ଆଲୋକ ମାଳାରେ ଝଲସିବ ସରକାରୀ ପ୍ରତିଷ୍ଠାନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଓଡିଶା ଦିବସ ପାଳନ ନିମନ୍ତେ ବୈଠକ ଜିଲ୍ଲାପାଳପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଦିବସ ପାଳନ ଅବସରରରେ ଏପ୍ରଲ ୧ ତାରିଖ ସକାଳ ସମୟରେ ଜିଲ୍ଲା ସୁଚନା ଓ ଲୋକସଂପର୍କ ବିଭଗ ତରଫରୁ ମାଇକ ଯୋଗେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବ । ପୁର୍ବାହ୍ନ ୮ ସମୟରେ ସହରର ପ୍ରତିଟି କୋଣରେ ଥିବା ବିରପୁତ୍ର ମାନଙ୍କ ପ୍ରତିମୃତିରେ ମାଲ୍ୟାର୍ପଣ କରାଯିବ ।

ପରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ୍‌ରେ ସାଧାରଣ ସଭା ସହ ଓଡିଆ ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗି ମାନଙ୍କୁ ପୁରଷ୍କୃତ କରାଯିବ । ଅପରାହ୍ନ ସମୟରେ ସ୍ୱଚ୍ଛତା ଓ କୋଭିଡ ସଂପର୍କିତ ସଚେତନତା ପଦଯାତ୍ରା ଟାଉନ ହଲଠାରୁ ବାହାରି ବାଜିଚୈକ ସ୍ମୃତିସ୍ତମ୍ବ ପର୍ଯ୍ୟନ୍ତ ଯିବାର ନିଷ୍ପତି ହୋଇଛି । ଏହି ଦିବସ ନିମନ୍ତେ ବିଭିନ୍ନ ସରକାରୀ କାର୍ଯ୍ୟାନୁଷ୍ଠାନ ଗୁଡିକ ଆଲୋକମାଳାରେ ଝଳସିବ । ଏହି ବୈଠକରେ ପିଡିଡିଆରଡିଏ ନରୋତମ ବେହେରା, ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ସିତାଂଶୁ ଶେଖର ଦାସ, ପୈାର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking