31.1 C
Bhubaneswar
Sunday, May 5, 2024
Homeଓଡିଶାବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ : ଅଖିଳ ଭାରତ ଟ୍ରେଡ୍ ୟୁନିୟନ ସଂଘର ଆହ୍ୱାନ କ୍ରମେ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଯାଇଥିଲା । ସ୍ଥାନୀୟ ବାଜିରାଉତ ସ୍ତମ୍ବଠରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ଶ୍ରୀମତି ମଳୟମଞ୍ଜରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା, ଉପସଭାପତି ତଥା ଅଙ୍ଗନୱାଡି ସଂଘର ରାଜ୍ୟ ସାଧାରଣ ସଂପାଦକ ହରପ୍ରିୟା ସ୍ୱାଇଁ, ଗିରିଜା ପ୍ରସାଦ ବହାନ୍ତି, ରବି ରଥ, ସୌଦାମିନି ଦାଶ ଓ ସଜତା ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ଓ ଘରୋଇକରଣ ନୀତିକୁ ତିବ୍ର ବିରୋଧ କରିଥିଲେ ।

କରୋନା ମହାମାରି ସମୟରେ ସମୁଖ ଯୋଦ୍ଧା ଭାବେ ପ୍ରାଣ ହରାଇଥିବା କର୍ମିଙ୍କୁ ସହାୟତା ରାଶି ପ୍ରଦାନ ସହିତ ସେମାନଙ୍କ ପରିବାର ମଧ୍ୟରୁ ଜଣଙ୍କୁ ଚାକିରି ପ୍ରଦାନ କରିବା, ଏସ୍‌ଏନ୍‌ପି ଦର ସଂଶୋଧନ କରିବା, ଗ୍ୟାସ ନିମନ୍ତେ ପ୍ରଦତ ଅର୍ଥରେ ଗ୍ୟାସ୍ ସିଲିଣ୍ଡର ସହ କେନ୍ଦ୍ର ନାମରେ ସ୍ଥାୟୀ ସଂଯୋଗ କରିବା, ଅଙ୍ଗନୱାଡି କର୍ମୀମାନଙ୍କୁ ଅନ୍ୟକାମରେ ନିଯୁକ୍ତ ନ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ରାଶି ପ୍ରଦାନ କରିବା, କେନ୍ଦ୍ର ବିଦ୍ୟୁତ ସଂଯୋଗ କରିବା, ମିନି ଅଙ୍ଗନୱାଡି କେନ୍ଦ୍ରକୁ ଅଙ୍ଗନୱାଡି କେନ୍ଦ୍ରରେ ପରିଣତ କରିବ, ଆକାଶ ଛୁଆଁ ଦରଦାମକୁ ନିୟନ୍ତ୍ରଣ କରିବା, ନିର୍ମାଣ ଶ୍ରମିକ ମାନଙ୍କୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପଞ୍ଜିକରଣ କରିବା ସହ ସମସ୍ତ ସହାୟତା, ବନ୍ଦଥିବା ଖଣି ଗୁଡିକ ପୁନଃ ଚାଲୁକରି ପୁନର୍ବାର ନିଯୁକ୍ତି ଦେବାକୁ ୟୁନିୟନ ପକ୍ଷରୁ ଦାବି କରାଯାଇଛି । ପରେ ଗୋଟି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking