28.1 C
Bhubaneswar
Friday, April 26, 2024
Homeଓଡିଶାଢେଙ୍କାନାଳ ଜିଲ୍ଲାରେ ଦଶମ ପରୀକ୍ଷା ଦେବେ ୧୮ ହଜାର ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଲାରେ ଦଶମ ପରୀକ୍ଷା ଦେବେ ୧୮ ହଜାର ଛାତ୍ରଛାତ୍ରୀ

ଢେଙ୍କାନାଳ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷ୍ୟରୁ ଚଳିତ ବର୍ଷ ମେ’ ମାସରେ ହେବାକୁ ଦଶମ ପରୀକ୍ଷା ଦେବା ନିମନ୍ତେ ଢେଙ୍କାନାଳ ଜିଲ୍ଲାରୁ ପ୍ରାୟ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଫର୍ମ ପୁରଣ କରିଥିବା ଜଣାପଡିଛି । କୋଭିଡ କଟକଣା ଯୋଗଁ ଦୀର୍ଘ ୯ ମାସ ହେଲା ସ୍କୁଲ ଗୁଡିକ ତାଲା ପଡିଥିଲା । ଭବିଷ୍ୟତକୁ ଆଖି ଆଗରେ ରଖି ଚଳିତ ବର୍ଷ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ କେବଳ ଦଶମ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଶହେ ଦିନର ପାଠପଢା କାର୍ଯ୍ୟକ୍ରମ ଶେଷ ହବାକୁ ଲାଗିଲାଣି । ପ୍ରତେକ ବର୍ଷ ଦଶମ ପରୀକ୍ଷା ଫେବୃଆରୀ ଓ ମାର୍ଚ୍ଚ ମାସ ମଧ୍ୟରେ ହୋଇଥିବା ବେଳେ ଚଳିତ ବର୍ଷ କରୋନା ପାଇଁ ପରୀକ୍ଷା ବିଳମ୍ବରେ ହୋଇଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜଣାଯାଇଛି ।

ସୁଚନା ମୁତାବକ, ଆସନ୍ତା ମେ’ ମାସ ୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ପରୀକ୍ଷା ତାଲିକା ଦୈନିକ ଗୋଟିଏ ସିଟିଂ ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ ଟାରେ ସରିବ । ପରୀକ୍ଷାର୍ଥୀମାନେ ପରୀକ୍ଷା ଆରମ୍ଭର ୩୦ ମିନିଟ୍ ପୁର୍ବରୁ ପହଞ୍ଚିବେ । ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାରେ ୨୬୯ ଟି କେନ୍ଦ୍ରରେ ୧୮୦୧୩ ଜଣ ଦଶମ ପରୀକ୍ଷା ଦେବେ । ସେଥି ମଧ୍ୟରୁ ୧୬୧୪୦ ଜଣ ରେଗୁଲାର ଓ ୧୮୬୩ ଜଣ ଏକ୍ସରେଗୁଲାର ବୋଲି ଜଣାପଡିଛି । ଜିଲ୍ଲାରେ କରୋନା ସ୍ଥିତିକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । କୋଭିଡ କଟକଣା ମଧ୍ୟରେ ଦଶମ ପରୀକ୍ଷା ପରିଚାଳନା କରାଯିବ । ମେ’ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ପାଳନ ପୁର୍ବକ ସମସ୍ତ ବ୍ୟବସ୍ଥା କରଯାଇ ପରୀକ୍ଷା ହେବ ବୋଲି ଶିକ୍ଷାଧୀକାରୀ ନିବେଦିତା ପାଣି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking