36.1 C
Bhubaneswar
Thursday, May 2, 2024
Homeଓଡିଶାପ୍ରବଳ ଖରା ; ଦିନ ସାଢ଼େ ୧୧ ସୁଦ୍ଧା ରାଜଧାନୀରେ ତାପମାତ୍ରା ୪୧ ଡିଗ୍ରୀ

ପ୍ରବଳ ଖରା ; ଦିନ ସାଢ଼େ ୧୧ ସୁଦ୍ଧା ରାଜଧାନୀରେ ତାପମାତ୍ରା ୪୧ ଡିଗ୍ରୀ

ଭୁବନେଶ୍ୱର : ଜଳୁଛି ରାଜଧାନୀ। ରେକର୍ଡ ଭାଙ୍ଗୁଛି ତାପମାତ୍ରା। ଦିନ ସାଢ଼େ ୧୧ରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ପାର ହେଉଛି । ରାଜ୍ୟବାସୀ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ସାଢ଼େ ୧୧ ସୁଦ୍ଧା ୪୧.୨ ସହ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ସହର ହୋଇଥିବାବେଳେ କେନ୍ଦୁଝର ୩୯.୮, ରାଉରକେଲା ୩୯.୬, ଚାନ୍ଦବାଲି ୩୯ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ସାଢ଼େ ୧୧ରେ ତାପମାତ୍ରା ୩୯.୮ ଡିଗ୍ରୀ ପାର ହୋଇଯାଇଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୨ ତାରିଖ ପରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ ୨ରୁ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking