31.1 C
Bhubaneswar
Sunday, May 5, 2024
Homeଓଡିଶାବୃଦ୍ଧଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବୃଦ୍ଧଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ମାଲକାନଗିରି : ପରିବାର କହିଲେ କେବଳ ନିଜ ଝିଅ ଓ ଜ୍ୱାଇଁ । ପରିବାରର ସମସ୍ୟା ଦୂର କରିବାକୁ ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କର ଦୁର୍ଘଟଣା ଘଟିଥିଲା । ତାଙ୍କୁ ଏକ ମୋଟରସାଇକେଲ ଧକ୍କା କରି ଚାଲି ଯାଇଥିବାବେଳେ ଅର୍ଥାଭାବରୁ ଡାକ୍ତରଖାନାକୁ ଯାଇପାରୁନାହାନ୍ତି । ଫଳରେ ଘରେ ପଡ଼ିରହି ଦେଶୀ ଚିକିତ୍ସା କରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏହିପରି ଦୃଶ୍ୟ ମାଲକାନଗିରି ଜିଲ୍ଲାର ପଡ଼ିଆ ସଦର ମହକୁମା ଠାରୁ ମାତ୍ର ଦୁଇ କି.ମି ଦୂର କମାରଗୁଡ଼ା ଗ୍ରାମରେ ଦେଖିବାକୁ ମିଳଛି । ଦୁଲା ସ୍ୱାୟମ(୬୫) ବୃଦ୍ଧଙ୍କ ସ୍ତ୍ରୀ ପଦିଏ ବହୁବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି । ବୃଦ୍ଧଙ୍କ ଗୋଟିଏ ମାତ୍ର ଝିଅ ଥିବାବେଳେ ସେହି ଗ୍ରାମର ଗଙ୍ଗା କରାମଙ୍କୁ ସେ ବିବାହ କରିଛନ୍ତି । ବୃଦ୍ଧକୁ ଦେଖାଶୁଣା କରିବାକୁ କେହିନଥିବାରୁ ଝିଅ ଜଣକ ପିତାଙ୍କ ସେବା କରୁଛି ।

ତେବେ ପରିବାର ସମସ୍ୟା ଦେଖି କିଛି ଅର୍ଥ ରୋଜଗାର ପାଇଁ ବୃଦ୍ଧ ଜଣକ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ବାହାରିଥିଲେ । ସେଠାରେ ଲଙ୍କା ତୋଳିବା କାର୍ଯ୍ୟରେ ନିୟୋଜିତ ହୋଇ ଯାହା ବି ଉପାର୍ଜନ କରିବେ, ପରିବାର ଭରଣପୋଷଣରେ ସହାୟକ ହୋଇପାରିବ ବୋଲି ଚିନ୍ତା କରି ଘରୁ ପାଦ ବାହାର କରିଥିଲେ । ଆନ୍ଧ୍ରପ୍ରଦେଶରେ ଲଙ୍କା ତୋଳି ଯାହା ଅର୍ଥ ରୋଜଗାର କରିବେ, ଝିଅ ଓ ଜ୍ୱାଇଁଙ୍କ ପରିବାର ଭରଣପୋଷଣରେ ସହାୟକ ହେବ । କିନ୍ତୁ ଚାରି ସପ୍ତାହ ତଳେ ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳେ ଏକ ମୋଟରସାଇକେଲ ତାଙ୍କୁ ଧକ୍କା କରି ଚାଲିଯାଇଥିଲା । ଫଳରେ ବୃଦ୍ଧଙ୍କ ବାମ ଗୋଡ଼ ଭାଙ୍ଗିଯାଇଥିଲା । ତେବେ କିଛି ସହୃଦୟକାରୀ ବ୍ୟକ୍ତି ବୁଦ୍ଧଙ୍କୁ ନିଜ ଘରକୁ ପହଞ୍ଚାଇ ଦେଇଥିଲେ । ଚିକିତ୍ସା ପାଇଁ ଅର୍ଥ ନଥିବାରୁ ବୃଦ୍ଧ ଜଣକ ଘରେ ରହି ଦେଶୀ ଚିକିତ୍ସା କରାଉଥିବା ବେଳେ ନିଜ କୁଡ଼ିଆରେ ପଡ଼ିରହି ଯନ୍ତ୍ରଣାରେ ଛଟପଟ ହେଉଥିବା ପରିଲକ୍ଷିତ ହୋଇଛି । ତେବେ ବୃଦ୍ଧଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking