29.1 C
Bhubaneswar
Sunday, May 19, 2024
Homeଓଡିଶାପୁଣି ଆନ୍ଧ୍ରର ଦାଦାଗିରି, ସୀମାନ୍ତ ଲାଉଗୁଡ଼ା ଗାଁରେ ସୀମା ଫଳକ ଭାଙ୍ଗିଲା ଆନ୍ଧ୍ର

ପୁଣି ଆନ୍ଧ୍ରର ଦାଦାଗିରି, ସୀମାନ୍ତ ଲାଉଗୁଡ଼ା ଗାଁରେ ସୀମା ଫଳକ ଭାଙ୍ଗିଲା ଆନ୍ଧ୍ର

ରାୟଗଡ଼ା : ପୁଣି ସୀମାନ୍ତରେ ନିଜର ସ୍ଥିତି ଜାହିର କରିଛି ଆନ୍ଧ୍ର । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ସୀମାନ୍ତବର୍ତ୍ତୀ ଗ୍ରାମ ଲାଉଗୁଡାରେ ପ୍ରଶାସନ ପକ୍ଷରୁ ନିର୍ମାଣଧିନ ସୀମା ସୂଚନା ଫଳକକୁ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଆନ୍ଧ୍ର- ଓଡ଼ିଶା ସୀମାନ୍ତରେ ବସବାସ କରୁଥିବା ଲାଉଗୁଡା ଗ୍ରାମବାସୀ । ସୂଚନା ଅନୁଯାୟୀ,  ବୁଧବାର ରାତି ୧୦ଟାରେ ଆନ୍ଧ୍ର୍ରର କିଛି ଲୋକ  ନିର୍ମାଣଧୀନ ସୂଚନାଫଳକ ଭାଙ୍ଗି ନିଜ ଅସ୍ତିତ୍ୱ ବଜାୟ ରଖିବାକୁ ପ୍ରୟାସ କରିଥିଲେ ।  ଏନେଇ ଗ୍ରାମଠାରୁ ୩ଶହ ମିଟର ଦୂରରେ ଆନ୍ଧ୍ରର ଏକ ଗାଁ ରହିଥିବା ବେଳେ ସୂଚନା ଫଳକ ଭାଙ୍ଗି ଓଡ଼ିଶା ମଧ୍ୟରେ ପଶିବାକୁ ଚେଷ୍ଟା ଜାରି ରଖିଛି ।

ଗତ କିଛିଦିନ ତଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଇ ଆନ୍ଧ୍ର-ଓଡ଼ିଶା ବିବାଦ ଲାଗିରହିଥିବାରୁ ପ୍ରଶାସନ ପକ୍ଷରୁ ସୀମାଫଳକ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।  ତେବେ ପ୍ରଶାସନ ପକ୍ଷରୁ ନିର୍ମାଣଧିନ ସୂଚନାଫଳକ ଭାଙ୍ଗି ସୀମା ମଧ୍ୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଆରମ୍ଭ କରିଛି । ସ୍ଥାନୀୟ ପ୍ରଶାସନ ଉକ୍ତ ବିଷୟକୁ ଗମ୍ଭୀରତାର ସହ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନଥିବାବେଳେ ପୁଣି ଗୁରୁବାର ଗ୍ରାମବାସୀଙ୍କ ଦ୍ୱାରା ପ୍ରଶାସନ ପକ୍ଷରୁ ନିର୍ମାଣଧିନ ସୀମାଫଳକ ନିର୍ମାଣ କରାଯିବ ବୋଲି ସୂଚନା ଦେବା ସହ କୌଣସି ମତେ ଆନ୍ଧ୍ରକୁ ପଶିବାକୁ ଦିଆଯିବ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking