32.1 C
Bhubaneswar
Friday, April 26, 2024
Homeଓଡିଶାମହୁଲର ଅଭାବୀ ବିକ୍ରୀ

ମହୁଲର ଅଭାବୀ ବିକ୍ରୀ

ଢେଙ୍କାନାଳ : ବଣ ମୂଲକର ମହୁଲ ଫୁଲର ହେଉଛି ଅଭାବି ବିକ୍ରୀ । କାରଣ ଏହାର ବିକ୍ରୀ କରିବା ପାଇଁ ସରକାରଙ୍କ ତରଫରୁ କୌଣସି ପ୍ରକାର ସୁବିଧା ନାହିଁ । ବନବାସୀମାନଙ୍କ ପାଇଁ ଏହା ହେଉଛି ପ୍ରକୃତିର ଦାନ ସ୍ୱରୁପ । ବନାଞ୍ଚଳରେ ମହୁଲ ଗଛର ଫୁଲକୁ ସଂଗ୍ରହ କରି ଲୋକମାନେ ଶୁଖାଇଥା’ନ୍ତି । ଏଗୁଡିକ ଶୁଖିଲା ପରେ ସେମାନେ ତାଙ୍କୁ ବିକ୍ରି କରିଥା’ନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର କିଛି ଅଞ୍ଚଳର ଲୋକମାନେ ଏହି ଫୁଲକୁ ସଂଗ୍ରହ କରିଥା’ନ୍ତି । ଅନେକ ପରିଶ୍ରମ କରିବା ପରେ ବି ବିକ୍ରୀ କରିବା ନେଇ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୁବିଧା ନଥିବାରୁ ଅଭାବି ବିକ୍ରୀର ଶିକାର ହେଉଛନ୍ତି ବନବାସୀ । ଯାହାକୁ ନେଇ ରୋଜଗାର କରିବାରୁ ଲକ୍ଷ୍ୟରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେଇ ବିକ୍ରୀ କରିବାର ସୁବିଧା କରିବା ନେଇ ଉଚିତ ପଦକ୍ଷେପ ନେଲେ ଲୋକମାନେ ଉପକୃତ ହେବେ ବୋଲି ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking