29.1 C
Bhubaneswar
Wednesday, April 24, 2024
Homeଓଡିଶାଧାନର ଅଭାବୀ ବିକ୍ରୀ ଓ ଟୋକନ ଲାପ୍ସର ପ୍ରତିବାଦ

ଧାନର ଅଭାବୀ ବିକ୍ରୀ ଓ ଟୋକନ ଲାପ୍ସର ପ୍ରତିବାଦ

ଢେଙ୍କାନାଳ : ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବାକୁ ଅନ୍‌ଲାଇନରେ ଟୋକନ ପ୍ରଦାନ କରି କରି ସ୍ୱୟଂ ସହାୟକ ଗୋଷ୍ଠୀ ଓ ପ୍ରାଥମିକ କୃଷି ସମବାୟ ସମିତି ମାନଙ୍କୁ ଧାନ କିଣିବାକୁ ନିର୍ଦ୍ଦେଶ ଦେବା ପରେ ସେଥିରେ ପ୍ରୀୟା ପ୍ରୀତି ତୋଷଣ ଓ ଟୋକନ ଲାପ୍ସ ହେବା ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାରର କେତେକ ଚାଷୀ ବେଲଟିକିରି ସେବା ସମବାୟ ସମିତିରେ ଅଭିଯୋଗ କରିଥିଲେ । ଏହି ଟୋକନ ଲାପ୍ସ ହେବା ଯୋଗୁଁ ଜିଲ୍ଲାର ଅନେକ ଚାଷୀ ଧାନ ବିକ୍ରି କରିପାରୁ ନଥିବାରୁ ଅଭାବୀ ବିକ୍ରିର ଶୀକାର ହେଉଛନ୍ତି । ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖରେ ଧାନ କିଣିବାର ଖରିପ ସମୟ ଶେଷ ହେବାକୁ ଯାଉଥିବାରୁ ଜିଲ୍ଲାର ସମସ୍ତ ଚାଷୀ ଚିନ୍ତାରେ ପଡିଛନ୍ତି ।

ଏନେଇ ପ୍ୟାକ୍ସ ସଂପାଦକଙ୍କୁ ପଚାରିବାରୁ ସେ କୁହନ୍ତି ସରକାର ପୁନର୍ବାର ନିର୍ଦ୍ଦେଶ ଦେଲେ ଲାପ୍ସ କରିଥିବା ଟୋକନ ଜରିଆରେ ଆମେ ଧାନ କିଣିବୁ । ଅନ୍ୟ ପଟେ ରାଜ୍ୟ ସରକାର ଯାଣିଶୁଣି ଏପରି ବ୍ୟବସ୍ଥା କରିଥିବା ଚାଷୀମାନେ ମତ ରଖିଛନ୍ତି । ତେଣୁ ରାଜ୍ୟ ସରକାର ଲାପ୍ସ କରିଥିବା ଟୋକନକୁ ପୁନର୍ବାର ଆକ୍ଟିଭ କରିବା ନେଇ ସାଧାରଣ ଲୋକ ଦାବୀ ରଖିଛନ୍ତି । ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି କୃଷକ ମାରଣ ନୀତିକୁ ତିବ୍ର ନିନ୍ଦା କରିବା ସହି କଟୁ ସମାଲୋଚନା ମଧ୍ୟ କରିଛନ୍ତି । ମୋଦି ସରକାରଙ୍କର ୩ଟି କଳା କୃଷି ଆଇନ ବାତିଲ କରିବା, ସରକାରୀ କଳକାରଖାନା ବିକ୍ରି ବନ୍ଦ କରିବା ଓ ଦରଦାମ ବୃଦ୍ଧି ବନ୍ଦ କରିବା ଦାବିରେ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦକୁ ସଫଳ କରିବାରେ ଜିଲ୍ଲାର ସମସ୍ତ ଚାଷୀ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking