ଷ୍ଟୋଭଫାଟି ମହିଳା ଜୀବନ୍ତ ଦଗ୍ଧ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଯାଆନ୍ଦାପଶି ଗ୍ରାମରେ ଘର ଭିତରେ ରୋଷେଇ କରୁଥିବା ସମୟରେ ଅଭାବନୀୟ ଅଗ୍ନିକାଣ୍ଡ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ସସ୍ମିତା ଭୋଇ (୨୨) ବୋଲି ଜଣାପଡିଛି ।
ସୁଚନା ମୁତାବକ, ଗଁଦିଆ ବ୍ଲକ ଅନ୍ତର୍ଗତ ଯାଆନ୍ଦାପଶି ଗ୍ରାମର କାର୍ତିକ ଭୋଇଙ୍କ ପତ୍ନି ସସ୍ମିତା ଭୋଇ ବୁଧବାର ସକାଳ ୧୦ ସମୟରେ ନିଜ ଘରେ ଷ୍ଟୋଭରେ ରୋଷେଇ କରୁଥିବା ବେଳେ ହଠାତ ଷ୍ଟୋଭଟି ଫାଟି ଯାଇଥିଲା ।

ଫଳରେ ସସ୍ମିତାଙ୍କ ଦେହରେ ନିଆଁ ଲାଗି ସେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଘରର ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା । ଦିର୍ଘ ୫ ବର୍ଷ ତଳେ କାର୍ତିକ ଭୋଇ ପର୍ଜଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡେଇଲ ଗ୍ରାମର ସର୍ବେଶ୍ୱର ଭୋଇଙ୍କର ଝିଅ ସସ୍ମିତା ଭୋଇଙ୍କୁ ବିବାହ କରିଥିଲେ । ଗଁଦିଆ ଥାନା ପୋଲିସ ଖବର ପାଇ ସେଠାରେ ପହଂଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତଖାନାକୁ ପଠାଇଥିଲେ । ସ୍ଥାନୀୟ କପିଳାସ ଆରଆଇ ସେଠାରେ ପହଂଚି ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here