32.1 C
Bhubaneswar
Saturday, May 4, 2024
Homeଓଡିଶାକୁଷ୍ଠରୋଗାକ୍ରାନ୍ତ ଦିବ୍ୟାଙ୍ଗ ପାଇଁ ହଜିଗଲା ମାନବିକତା : “ସାତ ସପନ ପାଲଟିଛି ସରକାରୀ ଯୋଜନା”

କୁଷ୍ଠରୋଗାକ୍ରାନ୍ତ ଦିବ୍ୟାଙ୍ଗ ପାଇଁ ହଜିଗଲା ମାନବିକତା : “ସାତ ସପନ ପାଲଟିଛି ସରକାରୀ ଯୋଜନା”

ଢେଙ୍କାନାଳ : ଗରିବ ଖଟିଖିଆ ଲୋକ ମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି । ମାତ୍ର ତାହା ଲୋକଙ୍କ ନିକଟରେ ପହଂଚି ପାରୁନାହିଁ । ଜଣେ ଦିବ୍ୟାଙ୍ଗ କୁଷ୍ଠରୋଗାକ୍ରାନ୍ତ ଲୋକଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟି ଯାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅଧିନରେ ଥିବା ମହୁଲଖୋଳି ଗ୍ରାମରେ । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଦେଓଗାଁ ପଂଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାମର କାଳିଆ ନାଏକ ବୟସ ୩୬ ବର୍ଷ । କାଳିଆଙ୍କ ବାପା ହୃଦାନନ୍ଦ ନାଏକ ବାର୍ଦ୍ଧକ୍ୟ ଯୋଗୁଁ କାମଧନ୍ଦା କରିପାରୁନାହାନ୍ତି । ମାତ୍ର ସ୍ତ୍ରୀଙ୍କର ଦେହାନ୍ତ ହୋଇଗଲା ପରେ ସାନ ପୁଅ କାମଧନ୍ଦା ନପାଇ ଅନ୍ୟ ରାଜ୍ୟକୁ ଚାଲିଯାଇଛି । ପରିବାର କହିଲେ, ୬୫ ବଷୀୟ ବୃଦ୍ଧ ହୁଦାନନ୍ଦ ଓ କୁଷ୍ଠରୋଗାକ୍ରାନ୍ତ ଦିବ୍ୟାଂଗ ପୁଅ ।

ପରିବାର ଚଳିବା ପାଇଁ ଏକ ମାତ୍ର ଭରସା ହେଉଛି ହୃଦାନନ୍ଦଙ୍କ ବାର୍ଦ୍ଧକ୍ୟ ଭତା ଗଣ୍ଡିକ । ଦୁଃଖର ବିଷୟ ବାପା ପୁଅ ଦୁଇ ଜଣଙ୍କୁ କେଉଁଦିନ ମିଳିଲେ ମୁଠାଏ ଖାଆନ୍ତି ତ ନମିଳିଲେ ସେମିତି ଭୋକ ଉପାସରେ ପଡିରହିଥାନ୍ତି । ଦୁହିଁଙ୍କ ମାନସିକ ଅବସ୍ଥା ଭଲନଥିବାରୁ ସେମାନେ ପାଗଳ ପ୍ରାୟ ଆଚରଣ କରନ୍ତି । ଏପଟେ ଦାରିଦ୍ର‌୍ୟର କଷାଘାତ, ସେ ପଟେ ସାମାଜିକ ବାସନ୍ଦ । ପୁଅ କୁଷ୍ଠରୋଗାକ୍ରାନ୍ତ ବୋଲି ଅଛୁଆଁ । ଗାଁ ଜନବସତି ଠାରୁ ୨କି.ମି. ଦୂର ଘଂଚ ଜଂଗଲ ଭିତରେ ଝାଟିମାଟି କୁଡ଼ିଆ ତଳେ ଖରା, ବର୍ଷା ଓ ଶୀତ କାକରରେ ବାପ ପୁଅ ଦୁହେଁ ପଡ଼ି ରହିଛନ୍ତି, ନିଜ ଭାଗ୍ୟକୁ ଆଦରି । ତାଙ୍କ ପାଇଁ ନା ଅଛି ଗ୍ରାମବାସୀଙ୍କର ଦରଦ, ନା ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱବୋଧ । ସତେ ଯେମିତି ହଜିଯାଇଛି ମାନବିକତା । ସଭ୍ୟତାର ଦୃତ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ଆଜି ବି ଗାଁ ଗହଳିରେ କୁଷ୍ଠରୋଗୀଙ୍କୁ ଘୃଣା ଦୃଷ୍ଟିରେ ଦେଖାଯାଉଛି । ସଂକ୍ରମଣ ଭୟରେ ଲୋକେ ପାଖ ବି ମାଡ଼ୁନାହାଁନ୍ତି । ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ।

ନା ଅଛି ଆଧାର କାର୍ଡ ନା ମିଳୁଛି ରାସନ । ଖାଦ୍ୟ ସୁରକ୍ଷା ଯୋଜନା ଏମାନଙ୍କୁ ଉପହାସ କଲାପରି । ଆଉ ସ୍ୱାସ୍ଥ୍ୟସେବା ଏମାନଙ୍କ ପାଖେ ଅପହଂଚ । ମାତ୍ର ଚିକିତ୍ସା ପାଇଁ ବହୁ କଷ୍ଟରେ ପୁଅକୁ ଧରି ଯାଇ ପହଂଚିଥିଲେ ବେଲଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ସେଠାରେ ଥିବା ଡ଼ାକ୍ତର ଚିକିତ୍ସା ନକରିବା ଆଳରେ ତାଙ୍କୁ ଢ଼େଙ୍କାନାଳ ମୁଖ୍ୟଚିକିତ୍ସାଳୟକୁ ସୁପାରିସ କରି ଚୁପ୍‌ବସିଗଲେ । ଦୁଃଖର ବିଷୟ ଏପରି ସମୟରେ ନା ଅଛି ସ୍ୱାସ୍ଥ୍ୟବୀମା କାର୍ଡ଼., ନା ଅଛି ହାତରେ ପଇସା । ଯାଇ ଢ଼େଙ୍କାନାଳରେ ଚିକିତ୍ସା କରିବେ ପୁଅକୁ । ଭଗବାନଙ୍କ ଭରସାରେ ଚାହିଁ ବସିଛନ୍ତି । ମାତ୍ର ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟିପାତ କରିବା ସହିତ କାଳିଆକୁ ଆଧାର କାର୍ଡ଼, ଦିବ୍ୟାଂଗ ପ୍ରମାଣପତ୍ର, ଦିବ୍ୟାଂଗ ଭତା, ଖାଦ୍ୟସୁରକ୍ଷାରେ ରାସନ କାର୍ଡ଼ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଗଲେ, ସେମାନେ ବଂଚିଯିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking