27.1 C
Bhubaneswar
Thursday, April 25, 2024
Homeଓଡିଶାଜେଲ୍ ପାଚେରୀ ଡେଇଁ ଆସାମୀ ଫେରାର୍‌

ଜେଲ୍ ପାଚେରୀ ଡେଇଁ ଆସାମୀ ଫେରାର୍‌

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଜେଲ୍ ପରିସରରୁ ଜଣେ ବିଚାରାଧୀନ ଆସାମୀ ଜେଲ୍ ପାଚେରୀ ଡେଇଁ ଫେରାର ହୋଇଥିବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଲାଣି । ଏ ସଂପର୍କରେ ଜଣାପଡିବା ପରେ ଜେଲ୍ କତୃପକ୍ଷ ହିନ୍ଦୋଳ ଥାନାକୁ ଖବର ଦେବା ସହିତ ଉଭୟ ପୁଲିସ ଓ ଜେଲ୍ କତୃପକ୍ଷ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଆସାମୀକୁ ଧରିବାରେ ଅସଫଳ ହୋଇଥିଲେ । ଜେଲ୍ ପାଚେରୀ ଡେଇଁ ଫେରାର୍ ହୋଇଥିବା ଆସାମୀ ନାମ ବିରଂଚି ବେହେରା ଓ ତାଙ୍କ ଘର ରାସୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ଗ୍ରାମରେ ବୋଲି ଜଣାପଡିଛି ।

ଏକ ହତ୍ୟା ମାମଲାରେ ଜାମିନ୍ ନାମଞ୍ଜୁର ହେବାରୁ ସେ ଜେଲ୍‌ରେ ଥିଲେ । ମିଳିଥିବା ସୁଚନାରୁ, ରାସୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ଗ୍ରାମରେ ଗତ ମାସ ୨୫ ତାରିଖରେ ବନ୍ୟ ପ୍ରାଣୀ ମାଂସ ଭାଗ ବଂଟନକୁ ନେଇ ଭୁଲୁ ବେହେରା ଓ ବିରଂଚି ବେହେରାଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ବିରଂଚି ଏକ ଧାରୁଆ ଅସ୍ତ୍ରରେ ଭୁଲୁଙ୍କୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଭୁଲୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

ଉକ୍ତ ଘଟଣା ପୁଲିସ କେସ୍ ନଂ ୯୦/୨୦୨୧ ରେ ଏକ ହତ୍ୟା ମାମଲା ରୁଜୁ କରି ବିରଂଚିଙ୍କୁ ଗିରଫ କରି ହିନ୍ଦୋଳ କୋର୍ଟକୁ ପଠାଇ ଦିଆଯାଇଥିଲା ।  ମାତ୍ର କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ହିନ୍ଦୋଳ ଜେଲ୍‌କୁ ପଠାଇ ଦିଆଯାଇଥିଲା । ସେହି ଦିନଠାରୁ ବିରଚିଂ ହିନ୍ଦୋଳ ଜେଲ୍‌ରେ ଥିଲେ । ମାତ୍ର ଗତ କାଲି ସକାଳେ ବିରଂଚି ଏକ ବାଉଁଶ ସାହାର୍ଯ୍ୟରେ ଜେଲର ପାଚେରୀ ଡେଇଁ ଫେରାର ହୋଇଯାଇଥିଲା । ତେବେ ଜେଲ୍ କତୃପକ୍ଷଙ୍କ ଅବହେଳାରୁ ଏପରି ଘଟିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking