33.1 C
Bhubaneswar
Sunday, May 5, 2024
Homeଓଡିଶାସମ୍‌ର ତତ୍ୱାବଧାନରେ ଢେଙ୍କାନାଳ ଦୁଇଟି ନୂତନ କୋଭିଡ ହସ୍ପିଟାଲ

ସମ୍‌ର ତତ୍ୱାବଧାନରେ ଢେଙ୍କାନାଳ ଦୁଇଟି ନୂତନ କୋଭିଡ ହସ୍ପିଟାଲ

ଢେଙ୍କାନାଳ : ଗତ ଦୁଇ ବର୍ଷ ହେଲା ସାରା ରାଜ୍ୟ ମହାମାରୀ କରୋନା ରେ ପେଶି ହୋଇଗଲାଣି । ଏହି କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଭୁବନେଶ୍ୱରରେ ଥିବା ସମ୍ ଡାକ୍ତରଖାନାର ତତ୍ୱାବଧାନରେ ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଓ କାମାକ୍ଷାନଗରରେ ଦୁଇଟି ନୁଆ କୋଭିଡ୍ ହସ୍ପିଟାଲ ନିର୍ମାଣ କରିବ । ଏଥି ପାଇଁ ଭୁବନେଶ୍ୱରର ସମ୍‌ର ଏକ ଡାକ୍ତରୀଦଳ ଢେଙ୍କାନାଳ ଜିଲ୍ଲାକୁ ଆସି ଭିତିଭୁମି ସଂପର୍କରେ ଯାଞ୍ଚ କରିଯାଇଛନ୍ତି । ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଓ କାମାକ୍ଷାନଗର ରେ ଦୁଇଟି ନୂତନ କୋଭିଡ୍ ହସ୍ପିଟାଲ ନିର୍ମାଣ କରିବ ସମ୍ ହସ୍ପିଟାଲ । ଏଥିପାଇଁ ଭୁବନେଶ୍ୱର ସମ୍‌ର ଏକ ଡାକ୍ତରୀଦଳ ଢେଙ୍କାନାଳ ଯାଇ ସଦର ଅଚଂଳ ଓ କାମାକ୍ଷାନଗର ରେ ଭିତିଭୁମି ସଂପର୍କରେ ଯାଂଚ କରିଛନ୍ତି ।

କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ଏହି ନୁତନ କୋଭିଡ ହସ୍ପିଟାଲ ପାଇଁ “ସମ୍‌” ହସ୍ପିଟାଲ ଭୁବନେଶ୍ୱରର ଡାକ୍ତରିଦଳ ଆନୁସଙ୍ଗିକ ଭିତି ଭୁମିର ତଦାରଖ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରେ ଓ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ସମ୍ ହସ୍ପିଟାଲ ତରଫରୁ ଆଇସିୟୁ ବେଡ୍ ବ୍ୟବସ୍ଥା କରାଯିବା ନେଇ ଏକ ପ୍ରତିନିଧି ଦଳ ତଦାରଖ କରି ଫେରିଛନ୍ତି । ଏହି ଅବସରରେ କାମାକ୍ଷାନଗରର ଉପଜିଲ୍ଲାପାଳ ଏହି ପ୍ରତିନିଧି ଦଳକୁ ସ୍ଥିର ହୋଇଥିବା ସ୍ଥାନକୁ ବଦଳାଇ ଦେଖାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଜାତାରାଣି ମିଶ୍ର, ପୁର୍ତ ବିଭାଗ ନିର୍ବାହିଯନ୍ତ୍ରୀ , କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀ, ଏନଏସି ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ କାମାକ୍ଷାନଗର ଉପଜିଲ୍ଲପାଳଙ୍କ ସଭାଗୃହଠାରେ ଏକ ଆଲୋଚନା ମଧ୍ୟ କରାଯାଇ ପ୍ରତିନିଧି ଦଳ ଫେରିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking