30.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶସିନ୍ଦ୍ ନଦୀରେ ପଲଟିଲା କାର : ୪ ମୃତ, ୨ ନିଖୋଜ

ସିନ୍ଦ୍ ନଦୀରେ ପଲଟିଲା କାର : ୪ ମୃତ, ୨ ନିଖୋଜ

ଜାମ୍‌ମୁ କାଶ୍ମୀରରେ ସିନ୍ଦ୍ ନଦୀରେ କାର ଓଲଟି ପଡିଛି । କାର ଓଲଟି ୪ ଜଣଙ୍କର ମୃତ୍ୟୁ ହେବା ସହିତ ୨ଜଣ ନିଖୋଜ ହୋଇଥିଲେ । ଖବର ପାଇ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ହୋଇଥିଲେ । ସୂଚନା ଅନୁୟାରେ, ରବିବାର ଜାମ୍‌ମୁ କାଶ୍ମୀରରେ ସିନ୍ଦ୍ ନଦୀରେ ଏକ କାର ଓଲଟି ପଡିଥିଲା । କାରରେ ପ୍ରାୟ ୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଖବର ପାଇ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସିନ୍ଦ୍ ନଦୀରୁ ୩ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ କିନ୍ତୁ ୨ ଜଣ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ମଧ୍ୟ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ । ଏହି ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଥିଲା । ଆହତ ଓ ମୃତକଙ୍କର କୌଣସି ପରିଚୟ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking