30.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନରେ ମଡେଲ ବସଷ୍ଟାଣ୍ଡ ପ୍ରତିଷ୍ଠା ପାଇଁ ଦାବୀ

ଭୁବନରେ ମଡେଲ ବସଷ୍ଟାଣ୍ଡ ପ୍ରତିଷ୍ଠା ପାଇଁ ଦାବୀ

ଭୁବନ : ଅହେତୁକ ଜନସଂଖ୍ୟା ବୃଦ୍ଧି ଓ ଗାଡି ମଟର ସଂଖ୍ୟାକୁ ନେଇ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଏକ ମଡେଲ ବସ୍ ଷ୍ଟାଣ୍ଡ ପାଇଁ ଦାବୀ ଜୋର ଧରିଛି । ଏହି ଉପଲକ୍ଷେ ଏକ ସମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଲୋକମାନେ ଦାବୀ ଉପସ୍ଥାପନ କରିଛନ୍ତି । ସୁଚନା ଥାଉକି, ଏସିଆ ମହାଦେଶର ସର୍ବବୃହତ ଗ୍ରାମ ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମ । ଇତି ମଧ୍ୟରେ ସ୍ୱାଧିନତାର ଅନେକ ବର୍ଷ ବିତି ଗଲାଣି। ଭୁବନରେ ଜନ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବୃଦ୍ଧି ଘଟିଛି । ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଅପର ପକ୍ଷରେ ବଜି ରାଉତ ସେତୁ ନିର୍ମାଣ ପରେ ଢେଙ୍କାନାଳ ଜିଲ୍ଲା ଦେଇ ଭୁବନ ସୁକିନ୍ଦା ବାଟ ଦେଇ ଯାଜପୁରକୁ ଯାତାୟତ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଭୁବନ ଏନଏସି ଓ ବ୍ଲକ୍ ଅଚଂଳରେ ଲକ୍ଷ୍ୟାଧିକ ଲୋକ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ଏପରି ସ୍ଥଲେ ଦୀର୍ଘ ବର୍ଷ ହେଲା ଭୁବନ ବସ୍‌ଷ୍ଟାଣ୍ଡଟି ସେତିକି ଜାଗାରେ ସିମିତ ରହିଛି ।

ବସ ଓ ଯାତ୍ରୀବାହୀ ଯାନ ଗୁଡିକ ଅନେକ ମାତ୍ରାରେ ବୃଦ୍ଧି ପାଇବାରୁ ଏଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଯାହାକୁ ନେଇ ଭୁବନ ବସ୍‌ଷ୍ଟାଣ୍ଡଟି ସଂପ୍ରସାରଣ ନିହାତି ଜରୁରୀ । ଏଥି ପାଇଁ ସରକାରୀ ସ୍ଥରରେ ନୁତନ ଜାଗା ଚିହ୍ନଟ କରାଯାଇଥିବା ଜଣାପଡିଛି । ସ୍ଥାନୀୟ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶ୍ମଶାନ ପଡିଆରେ ନୁତନ ବସ୍‌ଷ୍ଟାଣ୍ଡ ନିର୍ମାଣକୁ ବ୍ୟବସାୟୀ ମାନେ ନାପସନ୍ଦ କରିଛିନ୍ତି । ଏ ସଂପର୍କରେ ଭୁବନ ପୈାରପରିଷଦର ମିଳିତ ବଜାରର ସଭାପତି ମାନଙ୍କୁ ନେଇ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରସ୍ଥାବିତ ବସ୍‌ଷ୍ଟାଣ୍ଡକୁ ନୁତନ ଜାଗା ଚିହ୍ନଟ କରାଯାଇ କରାଯାଉ ବୋଲି ଦାବୀ କରିଛନ୍ତି । ବସଷ୍ଟାଣ୍ଡ ସଂପ୍ରସାରଣ ଦାବୀ କରି ଏହାକୁ ଲାଗି ପୁରୁଣା ଥାନା, ବାଳିକା ପ୍ରାଥମିକ ବିଦ୍ୟାଳୟ ଓ ଫରେଷ୍ଟ ବିଟ୍ କୁ ମିଶାଇ ଏକ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାକୁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking