30.1 C
Bhubaneswar
Saturday, April 27, 2024
Homeଓଡିଶାଅଗ୍ରଣୀ ଅନୁଷ୍ଠାନକୁ ବାୟୁସେନା ସଂଘର ସହାୟତା

ଅଗ୍ରଣୀ ଅନୁଷ୍ଠାନକୁ ବାୟୁସେନା ସଂଘର ସହାୟତା

ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନର ନିଶ୍ଲୁକ ଅମ୍ଲଜାନ ସେବା ପରିଚାଳନା ଓ ମହାମାରୀ କରୋନା ସମୟରେ ଜନସାଧାରଣ ମାନଙ୍କୁ ସେବା ଯୋଗାଇବାରେ ସ୍ଥାନୀୟ ପୁର୍ବତନ ବାୟୁସେନା ସଂଘ ତରଫରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ମାତ୍ର ଜିଲ୍ଲାରେ ଗୋଟିଏ ବର୍ଷ ହେଲା ନିଶ୍ଲୁକ ଅମ୍ଲଜାନ ସିଲିଣ୍ଡର ସେବା ଯୋଗଇ ଦିଆଯାଉଛି । ଚଳିତ ବର୍ଷ କରୋନା ମହାମାରୀ ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ରୋଗରରେ ତଳିତହାନ୍ତ ରକିଦେଲାଣୀ । ମହାମାରୀ କରୋନାରେ ସଂକ୍ରମିତ ହୋଇ ଘରୋଇ ସଂଗରୋଧରେ ରହୁଥିବା ଲୋକମାନଙ୍କୁ ଏହି ସଂସ୍ଥାଦ୍ୱାରା ସେବା ଯୋଗାଇ ଦିଆଯାଉଛି ।

ଅଗ୍ରଣୀ ଅନୁଷ୍ଠାନର ଏଭଳି ସହଯୋଗରେ ପ୍ରଭାବିତ ହୋଇ ଜିଲ୍ଲାରେ ଥିବା ଅବସର ପ୍ରାପ୍ତ ବାୟୁସେନା କର୍ମଚାରୀ ସଂଘ ତରଫରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସଂଘର ଉତରୋତର ଉନ୍ନତି କାମନା କରିଥିଲେ । ତେବେ ଅଜୀବନ ସଂଘର ସଦସ୍ୟତା ଗ୍ରହଣ କରିବା ସହ ପ୍ରତ୍ୟେକ ସମୟରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ମହାମାରୀ କରୋନା ସମୟରେ କୈାଣସି ପ୍ରକାର ସାହାର୍ଯ୍ୟ ଓ ନିଃଶ୍ଳୁକ ଅମ୍ଲଜାନ ସେବା ପାଇଁ କ୍ଲବ୍ ପକ୍ଷରୁ ୭୮୭୩୯୯୮୮୫୫, ୮୨୪୯୬୪୮୮୫୫, ୮୯୦୮୩୩୫୬୦୭ ଓ ୯୯୩୭୦୬୦୦୮୯ ରେ ଯୋଗାଯୋଗ କରିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking