34.1 C
Bhubaneswar
Friday, March 29, 2024
Homeଅପରାଧପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ କଲା ହତ୍ୟା

ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ କଲା ହତ୍ୟା

କଣ୍ଟାବାଞ୍ଝି : ପାରିବାରିକ କଳହ ଯୋଗୁ ନିଜ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ । ଏଭଳି ଏକ ଅଭିଯୋଗ ଆସିଛି ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରୁ । ବଙ୍ଗୋମୁଣ୍ଡା ପୋଲିସ ଘଟଣାର ଖବର ପାଇଁ ଶବ ଜବତ କରିବା ସହ ହତ୍ୟାକାରି ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ବଙ୍ଗୋମୁଣ୍ଡା ଥାନାରେ ମୃତକ ପୁଷ୍ପାଞ୍ଜଳିଙ୍କ ବାପା ବଲିରାମ ସତନାମୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ୧୦ ବର୍ଷ ହେବ ପୁଷ୍ପାଞ୍ଜଳିଙ୍କ ସହ କୈଳାସ ସତନାମୀଙ୍କ ବିବାହ ହୋଇଥିଲା । କୈଳାସ ପ୍ରାୟ ସମୟରେ ମଦ ପିଇ ସ୍ତ୍ରୀ ସହ ଗଣ୍ଡଗୋଲ କରି ଆସୁଥିଲା । ସ୍ତ୍ରୀ ପୁଷ୍ପାଞ୍ଜଲିକୁ ମାରପିଟ ମଧ୍ୟ କରୁଥିଲା । ତେବେ ଆଜି ସକାଳ ସମୟରେ କୌଣସି କାରଣରୁ କୈଳାସ ପୁଷ୍ପାଞ୍ଜଳିକୁ ମାଡ ମରିବା ସହ ତାର ତଣ୍ଟି ଚିପ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking