26.1 C
Bhubaneswar
Friday, March 29, 2024
Homeଓଡିଶାଓଡିଶା ଏୟାର ପ୍ରଡକ୍ଟ ଚାଲୁ ପାଇଁ ସାଂସଦଙ୍କ ଦାବୀ

ଓଡିଶା ଏୟାର ପ୍ରଡକ୍ଟ ଚାଲୁ ପାଇଁ ସାଂସଦଙ୍କ ଦାବୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଗୁଣ୍ଡିଚାପଡାଠାରେ ଥିବା ବହୁ ପୁରାତନ ଓଡିଶା ଏୟାର ପ୍ରଡକ୍ଟ କାରଖାନାଟିକୁ ପୁନଃ ଚାଲୁରଖିବା ପାଇଁ ଢେଙ୍କାନାଳ ଜିଲ୍ଲା ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ନିକଟକୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି । ମିଳିଥିବା ସୁଚନାରୁ, ଢେଙ୍କାନାଳ ସହର ଠାରୁ ପ୍ରାୟ ୫ କିମି ଦୁରରେ ରହିଛି ଓଡିଶା ଏୟାର ପ୍ରଡକ୍ଟ ଲିମିଟେଡ୍ କାରଖାନା । ଢେଙ୍କାନାଳ ପୈାରାଚଂଳର ସୀମାର ଓଡାପଡା ବ୍ଲକ୍ ଗୁଣ୍ଡିଚାପଡା ପଚାଂୟତରେ ୫୫ ନଂର ଜାତୀୟ ରାଜପଥ ପାଶ୍ୱର୍ରେ ରହିଛି ଏହି କାରଖାନା ।

ଏହି ଶିଳ୍ପାନୁଷ୍ଠାନଟି ୧୯୮୬ ମସିହାରେ ସ୍ଥାପିତ ହୋଇଥିଲା । ୨୫ ରୁ ୩୦ ଜଣ କ୍ରମଚାରୀଙ୍କୁ ନେଇ ଏହି କାରଖାନାଟି ବେଶ୍ ଲାଭଜନକ ଭାବେ ୩୦ ବର୍ଷ ଚାଲିଥିଲା । ଏହାର ଉତ୍ପାଦନ କ୍ଷମତା ଘଂଟାପ୍ରତି ୧୦୦ କ୍ୟୁବିକ୍ ମିଟର ରହିଥିଲା । ୨୦୧୬ ମସିହାରେ ଏହି କଂପାନୀକୁ ଯାଇଥିବା ବିଦ୍ୟୁତ୍ ସଂଯୋଗକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା । ଫଳରେ କାରଖାନାଟି ମାଟିରେ ମିଶିବାକୁ ଗଲାଣି । ସ୍ଥାନୀୟ ସଚେତନ ନାଗରିକଙ୍କ ଅନୁରୋଧ କ୍ରମେ ସାଂସଦ ପୁନଃ ଚାଲୁ କରିବା ପାଇଁ ପ୍ରଶାସନ ନିକଟରେ ଜଣାଇଛନ୍ତି । ତେବେ ଯୁଦ୍ଧକାଳିନ ଭିତିରେ ଏହି କାରଖାନାକୁ ପୁନଃ ଚାଲୁ କରିବା ପାଇଁ ଉଦ୍ୟମ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking