29.1 C
Bhubaneswar
Sunday, April 28, 2024
Homeଓଡିଶାଅନଶନରତ ମହିଳାଙ୍କ ଉପରେ ଲାଠିଚାର୍ଜ, ୫୦ ଗିରଫ

ଅନଶନରତ ମହିଳାଙ୍କ ଉପରେ ଲାଠିଚାର୍ଜ, ୫୦ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଖୁଣ୍ଟବାଟି ଗ୍ରାମ ଠାରେ ଗୋଚର ଜମିରେ ଗେଲ୍ ଇଣ୍ଡିଆ ପକ୍ଷରୁ ନିିର୍ମାଣ କାର୍ଯ୍ୟକୁ ବିରୋଧ କରି ଗ୍ରାମର ମହିଳାମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରେ ବସି ରହିଥିଲେ । ମାତ୍ର ପୁଲିସ୍ ମହିଳାମାନଙ୍କ ଲାଠିଚାର୍ଜ କରିବା ସହ ୫୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଗିରଫ ପରେ ଖୁଣ୍ଟବାଟି ଗ୍ରାମ ଲୋକଶୂନ୍ୟ ହୋଇପଡ଼ିଛି ।
ସୂଚନା ଅନୁଯାୟୀ, ଗେଲ୍ ଇଣ୍ଡିଆ କମ୍ପାନୀ ପାରାଦୀପରୁ ଅନୁଗୁଳ ପର୍ଯ୍ୟନ୍ତ ଗ୍ୟାସ୍ ପାଇପ ଲାଇନ ସଂଯୋଗ କାର୍ଯ୍ୟ କରୁଛି । ଏହି ପାଇପଲାଇନର କିଛି ନର୍ଦ୍ଦିଷ୍ଟ ଦୂରତାରେ ଗ୍ୟାସ ଷ୍ଟେସନ ସ୍ଥାପନ କରାଯାଉଛି । ଏହି ଷ୍ଟେସନରେ ପାଇପ ଲାଇନର ସୁଇଚ ଭାଲ୍‌ଭ ସହ ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀଙ୍କ କ୍ୱାର୍ଟର ରହିବ । ଏପରି ଏକ ଗ୍ୟାସ୍ ଷ୍ଟେସନ କାର୍ଯ୍ୟ ଖୁଣ୍ଟବାଟି ଗ୍ରାମକୁ ଲାଗି ରହିଥିବା ଗୋଚର ଜମିରେ ପଡ଼ିଆରେ ନିର୍ମାଣ ହେଉଛି ।

ଉକ୍ତ ଗୋଚର ଜମିରେ ପିଲାମାନେ ଖେଳାଖେଳି କରୁଥିବାବେଳେ ଗୋରୁଗାଈ ମଧ୍ୟ ଚରୁଥିଲେ । ମାତ୍ର ଗେଲ୍ ଇଣ୍ଡିଆ ନିର୍ମାଣ କାର୍ଯ୍ୟ କରିବା ଫଳରେ ଗ୍ରାମବାସୀଙ୍କ ଚଳପ୍ରଚଳ ଓ ଗାଇଗୋରୁଙ୍କ ଚରିବା ଅସମ୍ଭବ ହୋଇପଡିଛି । ଏହାକୁ ନେଇ ଗ୍ରାମବାସୀ ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ସହ ଗ୍ରାମଠାରୁ କିଛି ଦୂରରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାପାଇଁ ବି ଯଥେଷ୍ଟ ସରକାରୀ ଜମି ମଧ୍ୟ ରହିଥିବା ସେମାନେ କହିଛନ୍ତି । ନିର୍ମାଣ ଆରମ୍ଭ ଦିନରୁ ଗ୍ରାମବାସୀ ଏହାକୁ ବିରୋଧ କରି ଆସୁଥିଲେ ସୁଦ୍ଧା କୌଣସି ବି ପ୍ରଶାସକ ବା ରାଜନେତା ଏ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେଉନାହାନ୍ତି ।

କୌଣସି ସୁଫଳ ନମିଳିବାରୁ ଗତ ୨ ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବେ ଅନଶନ କରୁଥିଲେ । ତେବେ ଗୁରୁବାର ପଣ୍ଡୁଆ ଫାଣ୍ଡି ଅଧିକାରିଣୀ ଲାଠିଚାର୍ଜ କରିବା ସହ ୫୦ ଜଣ ମହିଳାଙ୍କୁ ଗିରଫ କରିଛନ୍ତି । ଏନେଇ ଖୁଣ୍ଟବାଟି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ ଘରେ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ପୁଲିିସ୍‌ର ଦମନଲୀଳା ଯୋଗୁ ଭୟ ରେ ଦିନ କାଟୁଥିବା ବେଳେ ପୁଲିସ୍ ବିରୋଧରେ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ତୂରନ୍ତ ଏହାର ସମାଧାନ କରି ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ବୁଦ୍ଧୀଜୀବୀ ମହଲରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking