32.1 C
Bhubaneswar
Thursday, March 28, 2024
Homeଓଡିଶାଅଙ୍ଗନବାଡ଼ି କର୍ମୀଙ୍କ ଶବ ରଖି ରାସ୍ତା ଅବରୋଧ

ଅଙ୍ଗନବାଡ଼ି କର୍ମୀଙ୍କ ଶବ ରଖି ରାସ୍ତା ଅବରୋଧ

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଦେଈପୁର ଗ୍ରାମପଞ୍ଚାୟତର କାଙ୍କପୁର ଗ୍ରାମର ୧ନଂ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ବାସନ୍ତୀ ସାମଲଙ୍କର ସୋମବାର ଦିନ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ସେ କରୋନା ଯୋଦ୍ଧା ଭାବେ ନିୟୋଜିତ ଥିବା ହେତୁ କଣାସ ବ୍ଲକ୍ ଅଙ୍ଗନବାଡ଼ି କର୍ମୀମାନେ ଗୁରୁବାର ତାଙ୍କର ଶବକୁ ନୂଆଜଗନ୍ନାଥ ସଡ଼କର ସାମନ୍ତାରାପୁର ଠାରେ ରଖି ଆନ୍ଦୋଳନ କରିଥିଲେ । ଏଥିରେ ୩ଶହରୁ ଊର୍ଦ୍ଧ୍ୱ ଅଙ୍ଗନବାଡ଼ି କର୍ମୀ ଓ ସ୍ଥାନୀୟ ଲୋକ ସାମିଲ ହୋଇ ମୃତ ଅଙ୍ଗନବାଡି କର୍ମୀ ବାସନ୍ତୀଙ୍କ ଶବକୁ ରାସ୍ତା ଉପରେ ରଖି କରୋନା ଯୋଦ୍ଧା ଭାବେ ମୃତ୍ୟୁବରଣ କରିଥିବା ରାଜ୍ୟସରକାର ଘୋଷଣା କରିବା ପାଇଁ ଦାବି କରିଥିଲେ । ଦୀର୍ଘ ୬ଘଣ୍ଟା ଧରି ରାସ୍ତା ରୋକ ହୋଇଥିଲା । କଣାସ ତହସିଲଦାର ଉମାକାନ୍ତ ରାଉତ, ଗଡ଼ିଶାଗୋଦା ଥାନା ଆଇଆଇସି ଦେବାଶିଷ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିବା ଅଙ୍ଗନବାଡି କର୍ମୀମାନଙ୍କୁ ବୁଝାଶୁଝା କରିଥିଲେ ।

ମୃତ ଅଙ୍ଗନବାଡ଼ି କର୍ମୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ କରୋନା ରିପୋର୍ଟ ନେଗେଟିଭ ଆସିଥିଲା । କଣାସ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ ଘଟଣାସ୍ଥାଳରେ ପହଞ୍ଚି କରୋନା ରିପୋର୍ଟ ନିଗେଟିଭ ଆସିଥିବାରୁ କରୋନାରେ ମୃତ୍ୟୁ ହୋଇଥିବା ସରକାରୀ ଘୋଷଣା କରାଯାଇପାରିବ ନାହିଁ ବୋଲି କହିବା ସହିତ ସମସ୍ତଙ୍କୁ ବୁଝାସୁଝା କରି ରେଡକ୍ରସ୍ ପାଣ୍ଠିରୁ ୨୫ହଜାର ଟଙ୍କା ବିଡିଓ ପ୍ରଦାନ କରିଥିଲେ । ମୃତ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ ସହାୟତା ଯୋଗାଇଦେବା ଆନ୍ଦୋଳନକାରୀମାନେ ବିଡିଓଙ୍କୁ ଅନୁରୋଧ କରିଥିଲେ । ବିଡିଓ ଜିଲ୍ଲାପାଳଙ୍କୁ ସମସ୍ତ ଦାବି ସମ୍ପର୍କରେ ଜଣାଇଦେବେ ବୋଲି କହିବାରୁ ରାସ୍ତାରୋକ ହଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking