33.1 C
Bhubaneswar
Sunday, May 5, 2024
Homeଓଡିଶାପିଲାଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ

ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଛନ୍ଦ ଗ୍ରାମରେ ଜଣେ ଯୁବକକୁ ପିଲାଚୋର ସନ୍ଦେହରେ କାବୁକରି ଗ୍ରାମବାସୀ ନିର୍ଦ୍ଧୁମ ମାଡମାରିଥିବା ଜଣାପଡିଛି । ଖବର ପାଇ ପୋଲିସ ସେଠାରେ ପହିଞ୍ଚି ଉକ୍ତ ଯୁବକକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛି ।
ମିଳିଥିବା ସୁଚନା ମୁତାବକ, ପିଲା ଚୋର ସନ୍ଦେହରେ ଗୁଜବ ଢେଙ୍କାନାଳ ସହରରେ କରୋନା ଭାଇରସ ଭଳି ବ୍ୟାପିବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ଜାଗାରେ ପିଲା ଚୋର ସନ୍ଦେହ ଅପରିଚିତ ଯୁବକ ମାନଙ୍କୁ ଅସୁରକ୍ଷିତ କରିଦେଇଛି । ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଆଛନ୍ଦ ଗ୍ରାମବାସୀ ଜଣେ ଅଚିହ୍ନା ଯୁବକକୁ ପିଲାଚୋର ସନ୍ଦେହ କରି ନିର୍ଦ୍ଧୁମ ମାଡ ମାରିଥିବା ଭିଜୁଆଲ ଭାଇରାଲ ହୋବରେ ଲାଗିଛି ।

ଏପରିକି ଯୁବକ ଜଣକ ଗ୍ରାମବାସୀଙ୍କ ମାଡରେ ଲହୁଲୁହାଣ ହୋଇଥିବା ଜଣାପଡିଛି । ଖବର ପାଇ ସଦର ଥାନା ପୁଲିସ ସେଠାରେ ପହଞ୍ଚି ଉକ୍ତ ଯୁବକକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛି । ତେବେ ପୁଲିସ ପଚରା ଉଚରା କରିବା ପରେ ଉକ୍ତ ଯୁବକ ଜଣକ ମଙ୍ଗଳପୁର ଗ୍ରାମର ଅଜୟ ସ୍ୱାଇଁ ବୋଲି ଜଣାପଡିଛି । ତେବେ ପାଖ ଆଛନ୍ଦ ଗ୍ରାମକୁ ବୁଲିବାକୁ ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ପିଲାଚୋର ବୋଲି ସନ୍ଦେହ କରି ମାଡ ମାରିଥିଲେ । ଫଳରେ ସେ ଜୀବନ ବିକଳରେ ଦୌଡି ପଳାଇବାରୁ ଗ୍ରାମବାସୀଙ୍କ ସନ୍ଦେହ ଆହୁରି ବଢିଥିଲା । ଯାହା ଗ୍ରାମବାସୀ ତାଙ୍କୁ ଗୋଡାଇ ଗୋଡାଇ ଧରି ନିର୍ଧୁମ ମାଡମାରିଥିବା ଜଣାପଡିଛି । ତେବେ ଶେଷରେ ଗ୍ରାମବାସୀ ସନ୍ଦେହ ଭାବେ ଭୁଲ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking