40.1 C
Bhubaneswar
Thursday, April 25, 2024
Homeଓଡିଶାବଲାଙ୍ଗିର ଜିଲ୍ଲାରୁ ପୁଣି ୨୩୬ ଚିହ୍ନଟ

ବଲାଙ୍ଗିର ଜିଲ୍ଲାରୁ ପୁଣି ୨୩୬ ଚିହ୍ନଟ

ଘୁନସର୍ ରୁ ୨୧ ଓ ଉପରଝର୍‌ରୁ ୩୬
ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲାରୁ ପୁଣି ୨୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୁତ୍ରରୁ ଜଣା ପଡିଛି । ଜିଲ୍ଲାର ବିଭିନ୍ନ ସହରାଞ୍ଚଳରୁ ଅପେକ୍ଷାକୃତ କମ ସଂକ୍ରମିତ ଚିହନ୍ଟ ହୋଇଥିବା ବେଳେ ସଇଁନ୍ତଳା ବ୍ଲକର ଘୁନସର ରୁ ୨୧ ଜଣ ଓ ଦେଓଗାଁ ବ୍ଲକ ଉପରଝର ରୁ ଏକା ଦିନକୁ ୩୬ ଜଣ ଚିହ୍ନଟ ହୋଇଥିବା ଚିନ୍ତା ବଢାଇଛି । ତେବେ ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ବ୍ଲକରୁ ୩ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୨୪ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୧୨ଜଣ, ବେଲପଡା ବ୍ଲକରୁ ୨ଜଣ, ଦେଓଗାଁ ବ୍ଲକରୁ ୩୮ଜଣ, ଗୁଡଭେଲା ବ୍ଲକରୁ ୧୫ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୦ଜଣ, ଖପ୍ରାଖୋଲ ବ୍ଲକରୁ ୨୪ଜଣ, ଲୋଇସିଂହା ବ୍ଲକରୁ ୧୩ଜଣ, ମୁରିବାହାଲ ବ୍ଲକରୁ ୨୮ଜଣ, ପାଟଣାଗଡ ବ୍ଲକରୁ ଜଣେ, ପାଟଣାଗଡ ସହରାଞ୍ଚଳରୁ ୪ଜଣ, ପୁଇଁନ୍ତଳା ବ୍ଲକରୁ ୧୪ଜଣ, ସଇଁନ୍ତଳା ବ୍ଲକରୁ ୩୦ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ୨ଜଣ, ଟିଟିଲାଗଡ ସହରରୁ ୨ଜଣ, ତୁଷୁରା ରୁ ୧୦ ଓ ତୁରେକେଲା ବ୍ଲକରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୨୬୩୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୦୩୫୨ ଜଣ ସ୍ୱସ୍ଥ ହୋଇଥିବାବେଳେ ୨୨୩୧ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking