30.1 C
Bhubaneswar
Saturday, May 18, 2024
Homeଓଡିଶାପୁଣି ଲଜ୍ୟା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୦ ବର୍ଷର ବୃଦ୍ଧାଙ୍କୁ ଡାକିନେଇ ଗଣଦୁଷ୍କର୍ମ

ପୁଣି ଲଜ୍ୟା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୦ ବର୍ଷର ବୃଦ୍ଧାଙ୍କୁ ଡାକିନେଇ ଗଣଦୁଷ୍କର୍ମ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଚଂଳରେ ଜଣେ ମାନସିକ ଭିନ୍ନକ୍ଷମ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ଘଟଣା ପରେ ପୁଣି ଆଉ ଏକ ଅତ୍ୟନ୍ତ ଲଜ୍ୟାଜନକ ଘଟଣା ଘଟିଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜ ନାତୁଣୀର ଚିକିତ୍ସା ପାଇଁ ଥିବା ଜଣେ ୭୦ ବର୍ଷୀୟ ବୃଦ୍ଧା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ପିଡିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡିଛି । ଟାଉନ ପୁଲିସ ଏହି ଦୁଷ୍କର୍ମ ମାମଲାରେ ଡାକ୍ତରଖାନାର ଦୁଇ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ମଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ଘଟିଚାଲିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ମାତ୍ର ଦୁଇ ଦିନ ପୁର୍ବେ ନିହଲପ୍ରସାଦ ଗ୍ରାମରେ ଜଣେ ମାନସିକ ଭିନ୍ନକ୍ଷମ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ କରିଥିବାରୁ ଗର୍ଭବତି ହୋଇଥିବା ଘଟଣାର ପୁଲିସ ତଦନ୍ତ ଚାଲୁ ରଖିଛି । ଆଉ ଏବେ ଖୋଦ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ଡାକି ନେଇ ଗଣଦୁଷ୍କର୍ମ କରାଯାଇଛି । ପିଡିତା ବୃଦ୍ଧା ଜଣଙ୍କ ଗଁଦିଆ ଅଚଂଳର ବୋଲି ଜଣାପଡିଛି । ବାପା ମା ନଥିବା ଯୋଗୁଁ ଢେଙ୍କାନାଳ ମହୁଲପଡା ଠାରେ ବିଶ୍ୱ କୁନ୍ତଳା ଶିଶୁ ଗୃହ ନାମକ ଏକ ଶିଶୁ ଗୃହରେ ଛାଡିଥିଲେ ନାତୁଣୀକୁ । ତେବେ ନାତୁଣୀର ଦେହ ଖରାପ ହେବାରୁ ସଂସ୍ଥା ପକ୍ଷରୁ ତାକୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଭର୍ତି କରାଯାଇଥିଲା । ତେବେ ଖବର ପାଇ ନାତୁଣୀ ପାଖରେ ଆଟେଣ୍ଡାଟ୍ ଭାବେ ପ୍ରାୟ ୭ ଦିନ ହେଲା ଆସି ଚିକିତ୍ସାଳୟରେ ରହିଥିଲେ । ତେବେ ଗତ ମଙ୍ଗଳବାର ରାତିରେ ଏହି ବୃଦ୍ଧାଙ୍କୁ ଚଂଚକତାର ସହ ଡାକ୍ତରଖାନାରୁ ଡାକି ନେଇଥିଲେ ।

ତେବେ ଡାକ୍ତରଖାନାଠାରୁ ପ୍ରାୟ ଏକ କିଲୋ ମିଟରରେ ଦୁରରେ ଥିବା ଏକ ନିଛାଟିଆ ଜାଗାରେ ତାଙ୍କୁ ଗଣଦୁଷ୍କର୍ମ କରି ନିଜର ଯୈାନତୃଷ୍ଣା ମେଂଟାଇ ସଂଗ୍ୟାହିନ ଅବସ୍ତାରେ ପିଡିତାଙ୍କୁ ଫୋପାଡି ଦେବାକୁ ଭୁଲି ନାହାନ୍ତି କାମୁକ ନରପିଶାଚ । ତେବେ ଚେତା ପାଇବା ପରେ ବୃଦ୍ଧା ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୀବନ ବଂଚାଇବାକୁ ଯାଇ ଡାକ୍ତରଖାନାକୁ ଫେରିଥିଲେ ମଧ୍ୟ ଅବସ୍ଥା ସଂକଟାପନ୍ନ ଥିବା ହେତୁ ସେ କିଛି କହିବାକୁ ଅସମର୍ଥ ସେ । ତେବେ ଏହା ଜାଣିବା ପରେ ତାଙ୍କ ନାତୁଣୀ ପାଖରେ ରହିଥବା ଆଟେଣ୍ଡାଟ୍ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ସହାୟତା ସଂସ୍ଥା ସଖୀର ସହଯୋଗ ଲୋଡିଥିଲେ । ତେବେ ଡାକ୍ତର ଖାନାରେ ସହାୟତା କରୁଥିବା ସଂସ୍ଥା ସଖୀ ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ ପରେ ଢେଙ୍କାନାଳ ଟାଉନ ଥାନା ପୁଲିସ କେସ୍ ନଂ. ୧୮୩ ରେ ଏକ ଗଣ ଦୁଷ୍କର୍ମ ମାମଲା ରୁଜୁ କରି ଛାନଭିନ୍ କରୁଥିବା ଜଣାପଡିଛି । ଏହି ଗଣ ଦୁଷ୍କର୍ମ ଘଟଣାରେ ପୁଲିସ ଡାକ୍ତରଖାନାର ସିସି ଟିଭି ଫୁଟେଜରୁ ଜାଂଚ କରି ସଂପୃକ୍ତ ଡାକ୍ତରଖାନାର ଦୁଇ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖିଛି । ସେପଟେ ପିଡିତାଙ୍କୁ ଘଟଣା ସ୍ଥଳକୁ ନେଇ ଯାଂଚ କରିଥିବା ଜଣାପଡିଛି ।

ଡାକ୍ତରଖାନା ଠାରୁ ଏକ କିମି. ଦୁର ଦକ୍ଷୀଣକାଳି ଶ୍ମଶାନ ପଡିଆରେ ଏକ ନିଛାଟିଆ ପଡିଆରେ ବୁନ୍ଦା ବୁନ୍ଦା ପଡିଥିବା ରକ୍ତ ଓ ପଥର କୁ ଠାବ କରିବା ପରେ ଘଟଣାସ୍ଥଳକୁ ପୁଲିସ ଚିହ୍ନଟ କରିବାରେ ସକ୍ଷମ ହୋଇଛି । ଏହି ଘଟଣାର ତଦନ୍ତ ଫରେନ୍ସିକ୍ ଟିମ୍ ତଦନ୍ତ କରୁଥିବା ଏସଡିପିଓ ଶ୍ରୀ ହର୍ଷ ମିଶ୍ର ପ୍ରକାଶ କରିଛନ୍ତି । ଏହାକୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଆଟେଣ୍ଡାଟ ତଥା ୭୦ ବର୍ଷର ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରି ଏପରି ସଙ୍ଗିନ ଘଟଣାକୁ ନେଇ ଜିଲ୍ଲାରେ ତିବ୍ର ଆଲୋଡନ ସୃଷ୍ଟି ହୋଇଛି । ଏପରି ସ୍ଥଳେ ପୁଲିସ ତଦନ୍ତ ମୁତାବକ ଯଦି କର୍ମଚାରୀ ସଂପୃକ୍ତି ଆସେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ରାଣୀ ମିଶ୍ର । ତେବେ ନିଜ ନାତୁଣୀର ଚିକିତ୍ସା ପାଇଁ ଡାକ୍ତରଖାନାରେ ଥିବା ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ଘଟଣା ଜିଲ୍ଲାରେ ବେଶ୍ ସମ୍ବେଦନ ଶିଳ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking