32.1 C
Bhubaneswar
Friday, April 26, 2024
Homeଓଡିଶାଓକିଲ ସଂଘର ନୂତନ କୋଠା ଉଦ୍‌ଘାଟିତ

ଓକିଲ ସଂଘର ନୂତନ କୋଠା ଉଦ୍‌ଘାଟିତ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଠାରେ ଭୁବନ ଓକିଲ ସଂଘର ନବନିର୍ମିତ ଗୃହ ଉଦ୍‌ଘାଟିତ ହେବା ସହିତ ମଧୁବାବୁଙ୍କ ଜୟନ୍ତୀ ସ୍ଥାନୀୟ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାର୍ ଆସୋସିଏସନ୍‌ର ନୂତନ କୋଠା ଉଦ୍‌ଘାଟିତ ହୋଇଥିଲା। ସଂଘ ସଭାପତି ବାବୁଲି ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେଏମ୍‌ଏଫସି କୋର୍ଟର ବିଚାରପତି ଶ୍ରୀଚନ୍ଦନ ଦାସ, ମୁଖ୍ୟବକ୍ତା ହାଇକୋର୍ଟର ବିଷ୍ଣୁପ୍ରସାଦ ତ୍ରିପାଠୀ, ବରିଷ୍ଠ ଆଇନ ଜୀବୀ ଦୀପ୍ତୀଶ ପ୍ରସାଦ ପଟ୍ଟନାୟକ, ସାରଙ୍ଗଧର ସାହୁ ପ୍ରମୁଖ ଯୋଗଦେଇ ମଧୁ ବାରିଷ୍ଠରଙ୍କ ଜୀବନର୍ଦଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଅତିଥିମାନେ ଆଇନଜୀବୀଙ୍କ କର୍ତବ୍ୟ, ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ଆଇନଜୀବୀ ସାରଙ୍ଗଧର ସାହୁ, ରବୀନ୍ଦ୍ର ଦାଶ, କୁଞ୍ଜବିହାରୀ ଚିନ୍ନରା, ରାମଚନ୍ଦ୍ର ବିହାରୀ, ବାବୁଲି ସେଠୀ ପ୍ରମୁଖ ସମ୍ବର୍ଧିତ ହୋଇଥିଲେ । ସଂଘର ଉପସଭାପତି ନିରଞ୍ଜନ ଜେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking