27.1 C
Bhubaneswar
Tuesday, May 7, 2024
Homeକରୋନାଦେଶରେ ଗୋଟିଏ ଦିନରେ ୩,୭୯,୨୫୭ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ଗୋଟିଏ ଦିନରେ ୩,୭୯,୨୫୭ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ଦେଶରେ ୩,୭୯,୨୫୭ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୧ କୋଟି ୫୦ ଲକ୍ଷ ୮୬ ହଜାର ୮୭୮ ଜଣ ସୁସ୍ଥ ହୋଇସାରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୩୦ ଲକ୍ଷ ୮୪ ହଜାର ୮୧୪ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୬୪୫ ଜଣଙ୍କର ପ୍ରାଣହାନି ଘଟିଛି। ଏଥିସହିତ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୪ ହଜାର ୮୩୨କୁ ବୃଦ୍ଧିପାଇଛି। ଏପର୍ଯ୍ୟନ୍ତ ଭାରତରେ ମୋଟ ୧୫ କୋଟି ୨୦ ହଜାର ୬୪୮ ଡୋଜ ଟିକାକରଣ କରାଯାଇସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking