32.8 C
Bhubaneswar
Tuesday, April 16, 2024
Homeଓଡିଶାଯାଉଁଳିପୋଖରୀ ମଠର ଅଧିକାରୀଙ୍କୁ ମାଡ ଅଭିଯୋଗ

ଯାଉଁଳିପୋଖରୀ ମଠର ଅଧିକାରୀଙ୍କୁ ମାଡ ଅଭିଯୋଗ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସର୍ବପୁରାତନ ଯାଉଁଳିପୋଖରୀ ମଠର କାର୍ଯ୍ୟନିର୍ବାହୀ ଅଧିକାରୀ ସାଧୁ ପ୍ରଭୁପାଦ ଦାସଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ଘଟଣା ଦିନ ସନ୍ଧ୍ୟାରେ ଏଣ୍ଡାଓମେଣ୍ଟ ଇନ୍ସପେକ୍ଟର ଯାଞ୍ଚ କାର୍ଯ୍ୟରେ ମଠକୁ ଆସିଥିଲେ । ତଦାରଖ ଚାଲିଥିବା ସମୟରେ ଉପସ୍ଥିତ ସଭ୍ୟ ପ୍ରଦିପ ଦାଶ ଓ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ମାଡ ମରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ବିରୋଧରେ ସଡଯନ୍ତ୍ର ଚାଲିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି ।

ଅଭିଯୋଗକୁ ଭିତି କରି କେଶ୍ ନଂ. ୧୮୧/୨୧ ଏକ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ପ୍ରଦୀପ ଏବଂ ଅନ୍ୟକେତେ ଜଣ ସଦସ୍ୟ ପ୍ରଭୁପାଦଙ୍କ ନାମରେ ଅନିୟମିତତା ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ମଠର ମହନ୍ତଙ୍କୁ ମାଡ ମରାଯିବା ଘଟଣାରେ ଦେବସେନା ସଂଗଠନ ତରଫରୁ ତିବ୍ର ନିନ୍ଦା କରାଯାଇଛି । ସାଧୁ ପ୍ରଭୁପାଦଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଯୋଗାଇ ଦେବା ପାଇଁ ଅନୁଷ୍ଠାନ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏହା ସହ କାର୍ଯ୍ୟରେ ଅନିୟମିତତା ନେଇ ବିଧିବଧ ଭାବେ ତଦନ୍ତ କରାଯିବା ପାଇଁ ଦାବୀ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking