28.1 C
Bhubaneswar
Saturday, April 27, 2024
Homeଓଡିଶାବୃଦ୍ଧାଙ୍କ ମୁଣ୍ଡରେ ୪ଟି ଅନାଥ ଶିଶୁଙ୍କ ବୋଝ !

ବୃଦ୍ଧାଙ୍କ ମୁଣ୍ଡରେ ୪ଟି ଅନାଥ ଶିଶୁଙ୍କ ବୋଝ !

ଢେଙ୍କାନାଳ : ଜୀବନର ଅଙ୍କା ବଙ୍କା ରାସ୍ତା ଭାରି କଣ୍ଟକିତ ହେଲେ ମଧ୍ୟ ଚାଲିବାକୁ ପଡିଥାଏ । ତଥାପି ହାର ମାନି ନଥାଏ ଏ ମଣିଷ । ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଜାରି ରଖିଥାଏ ନିଜର ପ୍ରଚେଷ୍ଟା । ପ୍ରତି ମୁହୁର୍ତରେ ଖୋଜି ବୁଲିଥାଏ କାମ । ବୟସର ଅପରାହ୍ନରେ ୪ଟି ଅନାଥ ଶିଶୁଙ୍କୁ ମଣିଷ କରିବା ପାଇଁ ଚେଷ୍ଟା କରିଥାଏ ଅସାହାୟ ବୃଦ୍ଧା ମହିଳା । ସେ ଭିକ ମାଗି ହେଉ କିମ୍ବା କିଛି ଜଙ୍ଗଲ ଜାତ ଫଳମୁଳ ବିକ୍ରି କରି ଦି ପଇସା ରୋଜଗାର କରି ୪ଟି ଅନାଥ ଶିଶୁଙ୍କ ଯତ୍ନ ନେଇଥାଏ ସେ ।

ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ କାଦବସନ୍ତ ଗ୍ରାମର ରହିଥାନ୍ତି ୭୦ ବର୍ଷୀୟ ବୃଦ୍ଧା ମହିଳା ବଚନ ପଧାନ । ଗ୍ରାମରେ ବାସ କରିଥା’ନ୍ତି ପ୍ରାୟ ଶହେଟି ଆଦିବାସୀ ସଂପ୍ରଦାୟର ପରିବାର । ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ପାହାଡ ପର୍ବତ ଘେରା ଏକ ଆଦିବାସୀ ଇଲାକା । ମାତ୍ର ବଚନଙ୍କ କାନ୍ଧରେ ରହିଛି ଚାରି ଚାରିଟି ଅନାଥ ଶିଶୁର ବୋଝ । ବଚନଙ୍କ ସ୍ୱାମୀ କୌଣସ ଏକ ଅଜଣା ରୋଗରେ ପଡି ୫ ବର୍ଷ ତଳେ ଆରପାରିକୁ ଚାଲି ଯାଇଥିଲୋ ।

ସେହିଦିନ ଠାରୁ ସେ ଏକା ରୋଜଗାର କଲେ ଅନାଥ ଶିଶୁଙ୍କ ପେଟରେ ଦି ମୁଠା ଦାନା ଦେଇ ଆସୁଛନ୍ତି । ଅନାଥ ଶିଶୁଙ୍କ ଖାଦ୍ୟ, ବେଶପୋଷାକକୁ ଦେଖିଲେ ଜାଣି ପାରିବେ ଅଭାବି ଲୋକର କଷ୍ଟ କ’ଣ । ବିଭିନ୍ନ ସରକାରୀ ଯୋଜନା ବଚନଙ୍କ ପରିବାର ପାଇଁ ସାତସପନ ପାଲଟି ଯାଇଛି । ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ସେ । ମାତ୍ର ନିଜ ପରିବାର ପାଇଁ ଖଣ୍ଡିଏ ଘର, ରେସନ କାର୍ଡ ଓ ବାର୍ଦ୍ଧକ୍ୟ ଭତା ପାଇଁ ଜଣାଇଲେ ମଧ୍ୟ କେହି ଶୁଣୁ ନଥିବା ସେ କହିଛନ୍ତି । କୋମଳ ମତି ଶିଶୁମାନେ ସ୍କୁଲ ଯିବା ପରିବର୍ତେ ବାହାରେ କାମ କରିବାକୁ ଯାଉଛନ୍ତି । ଆଜି ବି ଏମିତି ପରିବାର ଦୟନୀୟ ଅବସ୍ଥାରେ ବହୁ ସଂଘର୍ଷରେ କାଳାତିପାତ କରୁଛନ୍ତି । ଛୁଆଙ୍କ ପାଇଁ ନା ଅଛି ଶିକ୍ଷାର ସୁବିଧା ନା ପରିବାରକୁ ମିଳୁଛି ମୌଳିକ ସୁବିଧା ।

ସବୁ ସୁବିଧାରୁ ବଚିଂତ ଏହି ହତଭାଗା ପରିବାର । ଅଭାବ ଅନଟନରେ ଜୀବନ କାଟୁଛନ୍ତି ଏହି ୫ ପ୍ରାଣି । ତେବେ ଏନେଇ ସ୍ଥାନୀୟ ସରପଂଚଙ୍କ ନିକଟରେ ଗୁହାରି କରିବା ସହିତ କିପରି ଆଧାରକାର୍ଡ ମିଳିବା ସହିିତ ସରକାରୀ ସହାୟତା ପ୍ରଦାନ କରିବାକୁ ଗୁହାରି କରିଛନ୍ତି । ତେବେ କେବେ ଦୁଃଖ ଦରିଆରେ ଚାରି ଚାରୋଟି ଅନାଥ ଶିଶୁଙ୍କୁ ନେଇ ଜୀବନ ବିତାଉଥିବା ବୃଦ୍ଧାଙ୍କ ପରିବାରକୁ ପ୍ରଶାସନ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking