ରାଉରକେଲା: ବିସ୍ଫୋରଣ କରି ଟ୍ରେନ୍ ଲାଇନ୍ ଉଡ଼ାଇଲେ ମାଓବାଦୀ। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୨ ମିଟର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ ଛିନ୍ଛତ୍ର ହୋଇଯାଇଛି। ବିସ୍ଫୋରଣ ଯୋଗୁ ମୁମ୍ବାଇ-ହାୱଡା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, କିଛିଦିନ ତଳେ ମାଓବାଦୀମାନେ ପୋଲିସ୍ ଝଓ ମୁରଲୀ ତାତିଙ୍କୁ ଅପହରଣ କରିବା ପରେ ହତ୍ୟା କରିଥିଲେ। ଛତିଶଗଡ଼ ବିଜାପୁର କୁସୁମପାରା ନିକଟରେ ମୁରଲୀ ତାତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମେଳା ଦେଖିବାକୁ ମୁରଲୀ ତାତି ପାଲନାର ଯାଇଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ।